ଓଡିଶା

odisha

ETV Bharat / city

ଓଡ଼ିଶା ଛୁଇଁଲା ମୌସୁମୀ, 10 ରୁ 14 ପ୍ରବଳ ବର୍ଷିବ - ମୌସୁମୀ

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଓଡ଼ିଶା ଛୁଇଁଲା ମୌସୁମୀ, ଆଣିଲା ଖୁସି
ଓଡ଼ିଶା ଛୁଇଁଲା ମୌସୁମୀ, ଆଣିଲା ଖୁସି

By

Published : Jun 10, 2021, 1:16 PM IST

ଭୁବନେଶ୍ବର: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ପହଞ୍ଚିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ମୌସୁମୀ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷିବ ।

ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି ମୌସୁମୀ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏପରିକି ୨୦ ସେ.ମିରୁ ଊର୍ଦ୍ଧ୍ବ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସାରା ଓଡିଶାରେ ମୌସୁମୀ ଛୁଇଁବ । ସେପଟେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କେନ୍ଦ୍ରୀଭୂତ ହେଉଛି । ଯାହାର ପ୍ରଭାବରେ ପ୍ରବଳ ବର୍ଷା ହେବ ।


ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି । ସେହିପରି ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ଅରେଞ୍ଜ ଆଲର୍ଟ କରାଯାଇଛି ।

ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details