ଓଡିଶା

odisha

ETV Bharat / city

ଓଡ଼ିଶା ଛୁଇଁଲା ମୌସୁମୀ, ଦୁଇ ଦିନ ପରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା - rainfall

ପାଣିପାଗ ବିଭାଗ ଆକଳନ କରିଥିଲା ଯେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଆଗାମୀ ଦୁଇ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଫାଇଲ ଫଟୋ

By

Published : Jun 18, 2019, 3:18 PM IST

Updated : Jun 18, 2019, 3:43 PM IST


ଭୁବନେଶ୍ବର: ଆଗାମୀ ଦୁଇ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା ଯେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ଡ. ଏଚ୍‌ଆର ବିଶ୍ବାସଙ୍କ ସୂଚନା ମୁତାବକ ଆଗାମୀ ଦୁଇ ଦିନ ଭିତରେ ରାଜ୍ୟ ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । ଏହାଛଡା ଆସନ୍ତା24 ଘଣ୍ଟା ଭିତରେ ରାଜ୍ୟର ପାଇକମାଲରେ ସର୍ବାଧିକ 40 ମିଲିମିଟର ବର୍ଷା ସହ ପଦ୍ମପୁରରେ 38.6 ମିଲିମିଟର, ଉମରକୋଟରେ 33.4ମିଲିମିଟର, ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାଏ, ଇଟିଭି ଭାରତ

Last Updated : Jun 18, 2019, 3:43 PM IST

ABOUT THE AUTHOR

...view details