ଭୁବନେଶ୍ବର: ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ୟେଲୋ ୱାର୍ନିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟରେ ମୌସୁମୀ ସକ୍ରିୟ, ହୋଇଛି 35% ଅଧିକ ବର୍ଷା - IMD
ରାଜ୍ୟରେ ମୌସୁମି ପ୍ରଭାବରେ ବର୍ଷା ଜାରି ରହିଛି । ତେବେ ଆସନ୍ତା 19 ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ...
![ରାଜ୍ୟରେ ମୌସୁମୀ ସକ୍ରିୟ, ହୋଇଛି 35% ଅଧିକ ବର୍ଷା monsoon rain continues in odisha, ରାଜ୍ୟରେ ମୌସୁମୀ ସକ୍ରିୟ, ହୋଇଛି 35 ପ୍ରତିଶତ ଅଧିକ ବର୍ଷା, IMD, ଆଞ୍ଚଳିକ ପାଣିପାଗ କେନ୍ଦ୍ର](https://etvbharatimages.akamaized.net/etvbharat/prod-images/768-512-7658824-35-7658824-1592408979294.jpg)
ସମୁଦ୍ରରେ ୪୦ରୁ୫୦ କିମି ବେଗରେ ପବନ ବହିବ, ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୧୯ ତାରିଖରୁ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ସର୍ବାଧିକ ୧୪୫.୦ମିମି ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡା ଜିଲ୍ଲାର ଲଇକେରାରେ 94.2ମିମି ବର୍ଷା ରେକର୍ଡ ହୋଇଛି । ଜୁନ ପହିଲାରୁ ୧୭ ଜୁନ ପର୍ଯ୍ୟନ୍ତ ସାଧାରଣ ଠାରୁ 35 ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ