ଓଡିଶା

odisha

ETV Bharat / city

ରାଜ୍ୟରେ ଦୁର୍ବଳ ମୌସୁମୀ, ୧୪ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ - ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ । 14 ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷିଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ...

ରାଜ୍ୟରେ ଦୁର୍ବଳ ମୌସୁମୀ, ୧୪ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ
ରାଜ୍ୟରେ ଦୁର୍ବଳ ମୌସୁମୀ, ୧୪ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ

By

Published : Jun 29, 2021, 3:28 PM IST

ଭୁବନେଶ୍ବର: ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି । ଚଳିତବର୍ଷ ୧ ଜୁନରୁ ୨୯ ଜୁନ ସୁଦ୍ଧା ରାଜ୍ଯରେ ୧୮୦.୫ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ପରିମାଣ ଅର୍ଥାତ ୨୦୮.୩ ମିମି ଠାରୁ ୧୩ ପ୍ରତିଶତ କମ ରହିଥିବା ସୂଚନା ରହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ମିଳିଥିବା ସୂଚନା ଆଧାରରେ ଜୁନ ପହିଲାରୁ ୨୯ ତାରିଖ ମଧ୍ୟରେ ୧୪ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ସ୍ବାଭାବିକ ପରିମାଣ ଅର୍ଥାତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ସ୍ଵାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।

ସେହିପରି ୬ ଜିଲ୍ଲା, ସୁନ୍ଦରଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ବାଭାବିକ ମାତ୍ରାରେ ବର୍ଷା ରେକର୍ଡ ହୋଇଛି | ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୫.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୩.୧ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details