ଓଡିଶା

odisha

ETV Bharat / city

Weather Update: ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ - ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ସେପଟେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର । ୪୪ ଡିଗ୍ରୀ ସହିତ ସୋନପୁର ଥିଲା ସବୁଠୁ ଉତ୍ତପ୍ତ ସହର । ଉପକୂଳ ଓଡିଶାରେ ତାତି ନବଢିଲେ ବି ଅସହ୍ୟ ଗୁଳୁଗୁଳି ହେବ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢନ୍ତୁ

ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ
ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

By

Published : May 30, 2022, 4:56 PM IST

ଭୁବନେଶ୍ବର: ଆସନ୍ତା ଜୁନ ୧୧ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତରପ୍ରଦେଶ, ବିହାର ମଧ୍ୟ ଦେଇ ଉତ୍ତର-ବାଙ୍ଗଳାଦେଶ ଯାଏଁ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯କିମି ଯାଏଁ ଲମ୍ବିଥିବା ନିମ୍ନ ଚାପ ରେଖା ତଥା ଝାଡଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୧.୫ କିମି ଉପରେ ଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିଛି।

ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ସେପଟେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର । ୪୪ ଡିଗ୍ରୀ ସହିତ ସୋନପୁର ଥିଲା ସବୁଠୁ ଉତ୍ତପ୍ତ ସହର । ଉପକୂଳ ଓଡିଶାରେ ତାତି ନବଢିଲେ ବି ଅସହ୍ୟ ଗୁଳୁଗୁଳି ହେବ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ।

ଓଡିଶାରେ ଲାଗିରହିଛି କାଳବୈଶାଖୀ ବର୍ଷା । ଘଡଘଡି ବିଜୁଳି ସହ ବର୍ଷା ପାଇଁ ଓଡିଶାର ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details