ଓଡିଶା

odisha

ଜୁନ ୧ ରୁ ୨୪ ଅଗଷ୍ଟ ମଧ୍ୟରେ ରାଜ୍ୟର 4 ଜିଲ୍ଲାରେ ହୋଇଛି କମ ବର୍ଷା

ରାଜ୍ୟରେ ମୌସୁମୀ ପ୍ରଭାବରୁ ଜାରି ରହିଛି ପ୍ରବଳ ବର୍ଷା । ଜୁନ ୧ ରୁ ୨୪ ଅଗଷ୍ଟ ମଧ୍ୟରେ ରାଜ୍ୟର ୨୫ଟି ଜିଲ୍ଲାରେ ସ୍ୱଭାବିକ ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

By

Published : Aug 24, 2020, 4:11 PM IST

Published : Aug 24, 2020, 4:11 PM IST

ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ଜାରି
ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ଜାରି

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ତେବେ ଜୁନ ୧ ତାରିଖରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି କ'ଣ ରହିଛି ଜାଣନ୍ତୁ ।

୧ ଜୁନରୁ ୨୪ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୮୩୩.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮୫୪.୯ ମିମି ଠାରୁ ୨ % ପ୍ରତିଶତ କମ ଅଟେ । ୧ ଜୁନ ରୁ ୨୪ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା ଖୋର୍ଦ୍ଧା (-୨୭%), ବାଲେଶ୍ୱର (-୨୫%), ଗଜପତି (-୨୦%) ଏବଂ ପୁରୀ (-୨୦%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି।

ଜୁନ ୧ ରୁ ୨୪ ଅଗଷ୍ଟ ମଧ୍ୟରେ ରାଜ୍ୟର ୨୫ଟି ଜିଲ୍ଲାରେ ସ୍ୱଭାବିକ ବର୍ଷା ରେକର୍ଡ କରାଯାଇଛି। ଏହି ତାରିଖ ଭିତରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ବର୍ଷା ଠାରୁ ୫୩% ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧାରେ ସର୍ବନିମ୍ନ ୫୭୯.୪ ମିମି ଯାହା ସ୍ଵାଭାବିକ ବର୍ଷା ୭୯୩.୭ ମିମି ଠାରୁ ୨୭% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୩୯.୮ ମିମି ଯାହା ସ୍ୱଭାବିକ ବର୍ଷା ୯୪୨.୬ ମିମି ଠାରୁ ୫୩% ପ୍ରତିଶତ ଅଧିକ ଅଟେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details