ଓଡିଶା

odisha

ETV Bharat / city

ମୌସୁମୀ ସକ୍ରିୟ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା - ମୌସୁମୀ ବର୍ଷା ମୁଖ୍ୟ ଖବର

ସକ୍ରିୟ ମୌସୁମୀ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଏହାର ପ୍ରଭାବରେ ଆସନ୍ତା ୩ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

monsoon in the state  heavy rains in up coming days
ମୌସୁମୀ ସକ୍ରିୟ ,ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

By

Published : Jun 16, 2021, 9:02 PM IST

ଭୁବନେଶ୍ବର: ସକ୍ରିୟ ମୌସୁମୀ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଲଘୁଚାପ ଦୁର୍ବଳ ହୋଇଥିବାବେଳେ ସେପଟେ ପଶ୍ଚିମବଙ୍ଗ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ମୌସୁମୀ ସକ୍ରିୟ ,ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା, ଗୁରୁବାର ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହୋଇପାରେ। ଜୁନ ପହିଲାରୁ ଜୁନ ୧୬ ପର୍ଯ୍ୟନ୍ତ ୧୦୭.୯ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଓଡ଼ିଶାରେ ୧୨ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

ମୟୂରଭଞ୍ଜ ଜିଲ୍ଲା ଜାମସୋଲାଘାଟରେ ସର୍ବାଧିକ ୫୯.୨ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଯୁଜୁମୁରାରେ ୫୩.୪ ମିମି,ବାଲେଶ୍ବର ଜଳେଶ୍ଵରରେ ୫୧.୦ ମିମି,ବରଗଡ଼ ସୋହେଲାରେ ୪୭.୦ ମିମି,ତିରିଙ୍ଗରେ ୪୫.୨ ମିମି ,ବରପାଲିରେ ୪୨.୦ ମିମି ବର୍ଷା ରେକର୍ଡ କରାଯାଇଛି। ନୟାଗଡ ଓ ଛତ୍ରପୁର ରେ ସର୍ବୋଚ୍ଚ ତାପମାତ୍ରା ୩୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details