ଓଡିଶା

odisha

ETV Bharat / city

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 7 ଜିଲ୍ଲାରେ ପ୍ରବଳ ବର୍ଷା

ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ । ପଶ୍ଚିମ ଓ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।

ସକ୍ରିୟ ହେଉଛି ମୌସୁମୀ, ଭିଜିବ ଓଡିଶା

By

Published : Aug 26, 2019, 7:19 PM IST

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସକ୍ରିୟ ହେବାରେ ଲାଗିଛି । ୨୮ ରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟ ବର୍ଷାରେ ଭିଜିବା ନେଇ ପାଣିପାଗ ସୂଚନା ଦେଇଛି । ଉତ୍ତର ଓଡିଶାରୁ ଝାଡଖଣ୍ଡ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ଖବର: ଶୁଣନ୍ତୁ କଣ କହୁଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ଯଥା ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ନୂଆପଡା, କେନ୍ଦୁଝର, ବଲାଙ୍ଗୀର, ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ସୋନପୁର, କଳାହାଣ୍ଡି, ବୌଦ୍ଧ, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦ୍ରାପଡା ଅନୁଗୋଳ, ଯାଜପୁର, ଜଗତସିଂହପୁର, ଭଦ୍ରକ, ପୁରୀ, କଟକ ଆଦି ଜିଲ୍ଲାଗୁଡିକରେ ବର୍ଷା ହେବ । ଉପକୂଳବର୍ତୀ ଓଡ଼ିଶାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ । ସେଥିପାଇଁ ସମୁଦ୍ର ଭିତରକୁ ଯିବାକୁ ମସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

ABOUT THE AUTHOR

...view details