ଭୁବନେଶ୍ବର: ବର୍ଷା ଦିନେ ରାଜଧାନୀର ରାସ୍ତାରେ ଲହଡି ଭାଙ୍ଗୁଥିବା ବର୍ଷା ପାଣିକୁ ଦେଖିଲେ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା ପଦାରେ ପଡିଯାଏ । ପ୍ରତିବର୍ଷ ବର୍ଷା ଦିନେ ରାଜଧାନୀ ବାସୀ ଆବର୍ଜନା ଭରା ପାଣିରେ ଉବୁଡୁବୁ ହେଉଥିବା ବେଳେ କାମ ଦେଉନି ଯୋଜନା କି ପ୍ରକଳ୍ପ । ଆଗକୁ ବର୍ଷା ଦିନ । ହେଲେ ସବୁବେଳେ ଚଳଚଞ୍ଚଳ ଥିବା ବିଏମସିକୁ ବର୍ଷା ଦିନ ଆସିଲେ ମନେ ପଡେ ସହରର ଡ୍ରେନେଜ ବ୍ୟବସ୍ଥା କଥା। ଅନ୍ୟପଟେ ବର୍ଷା ଦିନ ପୂର୍ବରୁ ବିଏମସିର ତରବରିଆ କାମ ବଢ଼ାଇ ଦେଇଛି ରାଜଧାନୀ ବାସୀଙ୍କ ଚିନ୍ତା ।
ସହରର ଅଧିକାଂଶ ଡ୍ରେନ ପୋତି ହୋଇ ରହିଛି । ଫଳରେ ଅସରାଏ ବର୍ଷାରେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବେଳେ ବେଳ ଜୀବନ ହାନି ମଧ୍ୟ ଘଟୁଛି। ତେବେ ଏଭଳି ସମୟରେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଡ୍ରେନ ମରାମତି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନହାହାନ୍ତି ଭୁବନେଶ୍ବର ବାସିନ୍ଦା । ସ୍ମାର୍ଟସିଟିର ଅଧିକାଂଶ ପ୍ରାକୃତିକ ଡ୍ରେନର ଅବସ୍ଥା ନ କହିଲେ ଭଲ । ସାମାନ୍ୟ ବର୍ଷାରେ ଉବୁଟୁବୁ ପରିସ୍ଥିତି ସୃଷ୍ଟି ହେଉଛି । ତାହା ପୁଣି ରାଜଧାନୀର ରାଜରାସ୍ତାରେ । ଡ୍ରେନ କେଉଁଠି ପୋତି ହୋଇ ପଡିଛି ତ ଆଉ କେଉଁଠି ଭୁଶୁଡି ପଡିଛି। ଏପରିକି ଭୁବନେଶ୍ବରର କିଛି ଜନଗହଳିପୂର୍ଣ ଅଞ୍ଚଳ ଓ ତଳିଆ ଅଞ୍ଚଳରେ ଟୋପାଏ ବର୍ଷାରେ ସ୍ଥିତି ବେହାଲ ।