ଓଡିଶା

odisha

ETV Bharat / city

ରାଜ୍ୟରେ ମୌସୁମୀ ସକ୍ରିୟ, ୧୯ରେ ଲଘୁଚାପ

ମୌସୁମୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା । ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଅଧିକ ପଢନ୍ତୁ...

By

Published : Jun 16, 2020, 10:53 PM IST

ରାଜ୍ୟରେ ମୌସୁମୀ ସକ୍ରିୟ, ୧୯ରେ ଲଘୁଚାପ
ରାଜ୍ୟରେ ମୌସୁମୀ ସକ୍ରିୟ, ୧୯ରେ ଲଘୁଚାପ

ଭୁବନେଶ୍ବର: ମୌସୁମୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ତେବେ 19ରେ ଲଘୁଚାପ ହେବାକୁ ଥିବାବେଳେ ତେବେ ୧୮ରୁ ୨୦ ଯାଏଁ ବର୍ଷା ହେବ ବୋଲି ଜଣାପଡିଛି ।

ରାଜ୍ୟରେ ମୌସୁମୀ ସକ୍ରିୟ, ୧୯ରେ ଲଘୁଚାପ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ପୁରୀରେ ସର୍ବାଧିକ ୯୭.୨ ମିମି ବର୍ଷା ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୬୭.୦ ମିମି, ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ୮୬.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details