ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ହେବ ମଙ୍କି ପକ୍ସ ଟେଷ୍ଟିଂ ବ୍ୟବସ୍ଥା । ଭୁବନେଶ୍ୱରର RMRCରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ଜାରିହେବ SOP । ଏଥିପାଇଁ WHO ଗାଇଡ୍ ଲାଇନ ଅନୁସାରେ ସବୁକିଛି ପ୍ରସ୍ତୁତ । ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଏନେଇ ସତର୍କ ଅଛନ୍ତି । ଏଥିପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି । NIVରୁ କେବଳ କିଟ୍ ଅଣାଯାଇ ପରୀକ୍ଷା କରାଯିବ । ଆଉ ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି । ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ।
ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ଯେ, "ଆରଏମଆରସିରେ ଟେଷ୍ଟ ହେବା ଦ୍ଵାରା ଅନେକ ମାତ୍ରାରେ ଉପକୃତ ହେବେ । ଖୁବ ଶୀଘ୍ର ନିଜର ରିପୋର୍ଟ ପାଇପାରିବା ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଯାହାଫଳରେ ଆଗକୁ ମଙ୍କିପକ୍ସକୁ ନେଇ କୌଣସି କିଛି ଅସୁବିଧା ହେବ ନାହିଁ । ଭାରତରେ ମଙ୍କିପକ୍ସ ପାଇଁ କିଟ୍ ଏବଂ ଭ୍ୟାକସିନ ପ୍ରସ୍ତୁତ ଆରମ୍ଭ ହୋଇଗଲାଣି ।"