ଭୁବନେଶ୍ବର:ଏଣିକି ଘରୋଇ ଡାକ୍ତରଖାନାରେ ଟୀକାକରଣ ଉପରେ କରାଯିବ ମନିଟରିଂ । ବେସରକରୀ ଡାକ୍ତରଖାନାଗୁଡିକ ନିର୍ମାତାମାନଙ୍କଠାରୁ ସିଧାସଳଖ ଟିକା କ୍ରୟ କରିପାରିବେ । ଜିଲ୍ଲା ପ୍ରଶାସନର ଅନୁମୋଦନ ସହିତ କୋ-ୱିନରେ ପଞ୍ଜିକରଣ କରିବାକୁ ପଡିବ ।
ଘରୋଇ ଡାକ୍ତରଖାନାରେ ଟୀକାକରଣ, ନଜର ରଖିବ ସ୍ବାସ୍ଥ୍ୟବିଭାଗ - ଘରୋଇ ଡାକ୍ତରଖାନା
ଏଣିକି ଘରୋଇ ଡାକ୍ତରଖାନାରେ ଟୀକାକରଣ ଉପରେ କରାଯିବ ମନିଟରିଂ କରିବ ସ୍ବାସ୍ଥ୍ୟବିଭାଗ । ଅଧିକ ପଢନ୍ତୁ...
ଘରୋଇ ଡାକ୍ତରଖାନାଗୁଡିକ ଟୀକାକରଣ ମୂଲ୍ୟ ଧାର୍ଯ୍ୟ କରୁ ନାହାଁନ୍ତି କିମ୍ବା ପ୍ରକାଶିତ ମୂଲ୍ୟଠାରୁ ଭିନ୍ନ ମୂଲ୍ୟ ଆଦାୟ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଏବଂ କଟକର HCG ପଣ୍ଡା କର୍କଟ ହସ୍ପିଟାଲରେ ନିଜ କ୍ରୟ ମାଧ୍ୟମରେ ଟୀକାକରଣ ଆରମ୍ଭ ହୋଇଛି । ଆପୋଲରେ ଡୋଜ ପିଛା 1250 ଟଙ୍କା ଧାର୍ଯ୍ୟ କରାଯାଇଛି । ଅଧିକ ଘରୋଇ ଡାକ୍ତରଖାନା ଟିକାର କ୍ରୟ ପ୍ରକ୍ରିୟାରେ ଅଛନ୍ତି । ତେଣୁ, ସମସ୍ତ ଏସଓପି ସମ୍ବନ୍ଧୀୟ କୋରୋନା ଟୀକାକରଣର ଅନୁପାଳନ ପାଇଁ ନିୟମିତ ଭାବରେ ଘରୋଇ ଡାକ୍ତରଖାନା ଉପରେ ନଜର ରଖିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଦଳକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଟୀକାକରଣ ପାଇଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସହିତ ନିୟମକୁ ପାଳନ କରାଯାଉଛି କି ନାହିଁ ତାହା ମନିଟରିଂ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ