ଓଡିଶା

odisha

ETV Bharat / city

ଖୋଲୁଛି ଗୋଧିମାଂସ ବିକ୍ରି ରାଜ୍, ରୋଗ ଉପଶମ ପାଇଁ ବିକ୍ରି ହେଉଥିଲା କିଲୋ ୭ ଶହ ଟଙ୍କା

ଗୋଧିମାଂସରୁ ମିଳିବ କାର୍ଡିଓଭାସ୍କୁଲାର ସମସ୍ଯା ଉପସମ ! ଏହାର ଡିମାଣ୍ଡ ମଧ୍ୟ ଅଧିକ ଥିଲା । ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ଜବତ ହୋଇଥିବା ଚିକେନ କାଉଣ୍ଟର ନିକଟରେ ଏଥିପାଇଁ ପ୍ରବଳ ମାତ୍ରାରେ ଭିଡ ଲାଗିରହୁଥିଲା । ତେବେ ୱାଇଲ୍ଡ ଲାଇଫ ଆକ୍ଟରେ ତଦନ୍ତ ଜାରି ରହିବ ବୋଲି ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

By

Published : Jun 15, 2021, 8:31 PM IST

ରାଜଧାନୀରେ ଖୋଲୁଛି ଗୋଧିମାଂସ ବିକ୍ରିର ରାଜ୍, ରୋଗ ଉପଶମ ପାଇଁ କରୁଥିଲେ ବିକ୍ରି
ରାଜଧାନୀରେ ଖୋଲୁଛି ଗୋଧିମାଂସ ବିକ୍ରିର ରାଜ୍, ରୋଗ ଉପଶମ ପାଇଁ କରୁଥିଲେ ବିକ୍ରି

ଭୁବନେଶ୍ବର:ହାର୍ଟ ଏବଂ କାର୍ଡିଓଭାସ୍କୁଲାର ସମସ୍ଯା ପାଇଁ ଗୋଧି ମାଂସର ଥିଲା ଡିମାଣ୍ଡ । ଏପରିକି ପେଟରେ ଗ୍ଯାସ ବା ଯନ୍ତ୍ରଣା ସମସ୍ଯାର ଉପଚାରର ରହିଛି ଆବଶ୍ୟକତା । ଶରୀରରେ ଷ୍ଟାମିନା ଓ ତ୍ବଚା ସମସ୍ଯା ଥିବା ଲୋକେ କିଣୁଥିଲେ ଗୋଧିମାଂସ । ଯାହାକୁ ନେଇ କିଲୋ ପିଛା ୭୦୦ରୁ ୮୦୦ ଟଙ୍କାରେ କିଣୁଥିଲେ କିଛି ଖାସ୍ ରୋଗୀ । ଯେଉଁମାନେ ଗୋଧିମାଂସର ଉପକାରିତା ଜାଣିଥିଲେ ସେମାନେ କିଣିନେଇ ଯାଉଥିଲେ । ଏପରିକି କୋରୋନା କାଳରେ ଭଲ ଜମୁଥିଲା ଗୋଧି ମାଂସର ବେପାର । ଚିକେନ କାଉଣ୍ଟର ପାଖରେ ମାଂସ ବିକ୍ରି ଆଳରେ ବିକ୍ରି କରୁଥିଲେ ।

ରାଜଧାନୀରେ ଖୋଲୁଛି ଗୋଧିମାଂସ ବିକ୍ରିର ରାଜ୍, ରୋଗ ଉପଶମ ପାଇଁ କରୁଥିଲେ ବିକ୍ରି

ବଜାରରେ ବିକ୍ରି ହେଉଥିବା ଚିକେନ ଓ ମଟନ ଦରଠୁ ଅଧିକ ଥିଲା ଗୋଧି ମାଂସ କିଲୋ ପିଛା ଦର । ଏଥିପାଇଁ ସେମାନଙ୍କର ଥିଲେ ସ୍ବତନ୍ତ୍ର କିଛି ଖାସ୍ ଗ୍ରାହକ । ଯାହାରକି ଚାହିଦା ଦେଖି ଗୋଧିମାଂସର ଚାହିଦା ଅଧିକ ଥିଲା ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳର । ଜବତ ହୋଇଥିବା ଚିକେନ କାଉଣ୍ଟର ନିକଟରେ ଏଥିପାଇଁ ପ୍ରବଳ ମାତ୍ରାରେ ଭିଡ ଲାଗିରହୁଥିଲା । ଏନେଇ କିଛି ବିସ୍ଫୋରକ ତଥ୍ଯ ଅଭିଯୁକ୍ତମାନେ ଖୁଲାସା କରିଛନ୍ତି ସିଟି ଫରେଷ୍ଟ ଡିଭିଜନ ସାମ୍ନାରେ । ତେବେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ, ଜି ରାଘବ, ଜି କ୍ରିଷ୍ଣା ।

ହେଲେ ଏସିଏଫ କହିଛନ୍ତି ଏନଇ ତଦନ୍ତ ଜାରି ରହିଛି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଉଛି । ଅଧିକ ପଚରାଉଚରା ପାଇଁ ଚିକେନ କାଉଣ୍ଟର ପିଲାକୁ ଆଣି ଏ ସମ୍ପର୍କରେ ଅଧିକ ଖୋଳତାଡ ହେବ ବୋଲି କହିଛନ୍ତି । ସେପଟେ ପ୍ରାଣୀ ବିଶେଷଜ୍ଞ କହିଛନ୍ତି କେବଳ ମାଂସ ନୁହେଁ ଗୋଧିର ଚମଡାରୁ ଅନେକ ପ୍ରକାର ବାଜା ପ୍ରସ୍ତୁତ ହେଉଛି । ଏଥି ସହିତ ଗୋଧିର କିଛି ଅଙ୍ଗକୁ ମଧ୍ଯ ଅନ୍ଧ ବିଶ୍ବାସରେ ମଧ୍ଯ କିଛି ଲୋକ କିଣି ନେଉଛନ୍ତି । ତେବେ ଗୋଧିକୁ ଧରିବା ଯେହେତୁ ସହଜ ଥାଏ । କିଛି କିଛି ସ୍ଥାନରେ ଫାସ ବସାଇ ଓ ଟ୍ରାପ କରି ଗୋଧିକୁ ଧରିଥାନ୍ତି ।

ବର୍ଷା ଦିନ ଆରମ୍ଭରୁ ଯେହେତୁ ଗୋଧିମାନେ ଅଧିକ ମାତ୍ରାରେ ବାହାରେ ବୁଲିଥାନ୍ତି ଯାହାକି ଧରିବାକୁ ସହଜ ହୋଇଥାଏ ବୋଲି କହିଛନ୍ତି । ତେଣୁ ଗୋଟିଏ ଶିକାରରେ ମାଂସ, ଚମଡା ଓ ଅଙ୍ଗପ୍ରତ୍ଯଙ୍ଗ ବିକ୍ରି କରି ମାଲାମାଲ ହେଉଥିଲେ ଏସବୁ କାରବାର କରୁଥିବା ବ୍ଯବସାୟୀ । ଯାହାର ସୁରାକ ପାଇ ଗତକାଲି ଝାରପଡା ଅଞ୍ଚଳରୁ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିଟି ଫରେଷ୍ଟ ଡିଭିଜନ । ସେମାନଙ୍କ ଠାରୁ ଜବତ ହୋଇଥିବା ଗୋଧିରୁ ୫ଟି ଜୀବିତ ଥିବା ବେଳେ ଦୁଇଟି ମୃତ୍ଯ ହୋଇଥିବା ସୁଚନା ମିଳିଛି ।

ତେବେ ଜୀବିତ ଗୋଧିଙ୍କୁ ଚନ୍ଦକା ଜଙ୍ଗଲରେ ଛଡାଯିବ ଏନେଇ ୱାଇଲଡ ଲାଇଫ ଆକ୍ଟରେ ତଦନ୍ତ ଜାରି ରହିବ ବୋଲି ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ସୁଚନା ଦେଇଛନ୍ତି।


ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details