ଓଡିଶା

odisha

ETV Bharat / city

ମନ କି ବାତ; ତିନି ଓଡ଼ିଆଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ - man ki baat program

75ତମ ମନ କି ବାତ କାର୍ଯ୍ୟକ୍ରମରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜସ୍ବ ପ୍ରଚେଷ୍ଟାରେ ଜଙ୍ଗଲ ସୃଷ୍ଟି କରିଥିବାରୁ ଦୁଇ ଓଡ଼ିଆଙ୍କୁ ଭୂରି ପ୍ରଶଂସା କରିଛନ୍ତି ମୋଦି। ଅଧିକ ପଢ଼ନ୍ତୁ...

ମନ କି ବାତରେ ଦୁଇ ଓଡ଼ିଆଙ୍କୁ ମୋଦିଙ୍କ ପ୍ରଶଂସା
ମନ କି ବାତରେ ଦୁଇ ଓଡ଼ିଆଙ୍କୁ ମୋଦିଙ୍କ ପ୍ରଶଂସା

By

Published : Mar 28, 2021, 1:40 PM IST

Updated : Mar 28, 2021, 4:32 PM IST

ଭୁବନେଶ୍ବର: ମନ କି ବାତରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରାପଡ଼ାର ବିଜୟ କବିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୋଦି। ସମୁଦ୍ରତଟ ଜିଲ୍ଲା ହୋଇଥିବାରୁ ତଟବର୍ତ୍ତୀ ଅଞ୍ଚଳରେ ସବୁବେଳେ ବନ୍ୟା ଆଶଙ୍କା ରହୁଛି। ଏଥିପାଇଁ ବିଜୟ ବଡ଼କୋଟ ଗାଁରେ ସୃଷ୍ଟି କରିଛନ୍ତି ହେନ୍ତାଳ ଜଙ୍ଗଲ। ଏହି 25 ଏକର ଜଙ୍ଗଲ ତିଆରି କରିବାକୁ ବିଜୟଙ୍କୁ ଲାଗିଥିଲା 12 ବର୍ଷର ସମୟ।

ସେହିଭଳି ପାରାଦୀପର ଜଣେ ଇଞ୍ଜିନିୟରଙ୍କ ପ୍ରଶଂସା କରିଛନ୍ତି ମୋଦି। ଇଞ୍ଜିନିୟର ଅମରେଶ ସାମନ୍ତ ନିଜସ୍ବ ପ୍ରଚେଷ୍ଟାରେ ତିଆରି କରିଛନ୍ତି ଅନେକ ଛୋଟ ଛୋଟ ଜଙ୍ଗଲ । ଏହି ଜଙ୍ଗଲ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ରକ୍ଷା କବଚ ପାଲଟିଛି। ସମୁଦ୍ର ବଡ଼ ଲହରୀ ହେଉ ବା ବନ୍ୟାକାଳୀନ ପରିସ୍ଥିତି ଏହି ଜଙ୍ଗଲ ଲୋକଙ୍କୁ ବିପଦ ମୁକ୍ତ କରି ପାରିଛି।

ସେମିତି କୋରୋନା ଟିକାକରଣକୁ ନେଇ ରାଜଧାନୀ ଭୁବନେଶ୍ବର ପୁଷ୍ପା ଶୁକ୍ଳା ନାମକ ଜଣେ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ। କୋରୋନା ଟିକାକରଣକୁ ନେଇ ବୃଦ୍ଧ ବୟସ୍କମାନଙ୍କ ମଧ୍ୟରେ ରହିଥିବା ଉତ୍ସାହକୁ ନେଇ ମନ କି ବାତରେ ଆଲୋଚନା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ ପୁଷ୍ପା ଶୁକ୍ଳାଙ୍କୁ ମୋଦି ଧନ୍ୟବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ଏଭଳି ସାମାଜିକ କାର୍ଯ୍ୟରେ ସମାଜ ଯୋଡ଼ି ହେଇ ପାରିଲେ ଭଲ ପରିଣାମ ମିଳିପାରିବ। ଯାହା ଦେଶର ଉନ୍ନତି ସହାୟକ ହୋଇ ପାରିବ।" 75ତମ ମନ କି ବାତ କାର୍ଯ୍ୟକ୍ରମରେ ତିନି ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ମୋଦି। ଏହାପୂର୍ବରୁ ମଧ୍ୟ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟର ଅନେକ ବ୍ୟକ୍ତିତ୍ବଙ୍କୁ ପ୍ରଶଂସା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2021, 4:32 PM IST

ABOUT THE AUTHOR

...view details