ଓଡିଶା

odisha

ETV Bharat / city

ଆଉ 3ଟି ଟ୍ରେନରେ ଉପଲବ୍ଧ ହେବ ଆଧୁନିକ LHB କୋଚ୍‌ - ଟ୍ରେନରେ ଆଧୁନିକ LHB କୋଚ ଉପଲବ୍ଧ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବାହାରୁଥିବା ତିନୋଟି ଟ୍ରେନ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରେନରେ ଆଧୁନିକ ଏଲଏଚବି (LHB) କୋଚ ସଂଯୋଗ କରାଯାଇଛି । ଏଥିରେ ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ମିଳିପାରିବ। ଅଧିକ ପଢ଼ନ୍ତୁ

modern lhb coach on train
ଆଉ ତିନିଟି ଟ୍ରେନରେ ଆଧୁନିକ LHB କୋଚ ଉପଲବ୍ଧ ହେବ

By

Published : Jul 8, 2022, 9:33 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବାହାରୁଥିବା ତିନୋଟି ଟ୍ରେନ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରେନରେ ଆଧୁନିକ ଏଲଏଚବି (LHB) କୋଚ ସଂଯୋଗ କରାଯାଇଛି। ଏଥିରେ ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ମିଳିପାରିବ।

18463/18464 ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ସିଟି-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା LHB କୋଚ ସହିତ ଜୁଲାଇ 5 ତାରିଖରୁ ଭୁବନେଶ୍ୱରରେ ସେବା ଉପଲବ୍ଧି କରାଯାଇଛି । ସେହିପରି 6ରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇଛି । ଆସନ୍ତା 13 ତାରିଖରୁ 12281/12282 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଦ୍ୱାରା LHB କୋଚ ସୁବିଧା ସହିତ ଚଳାଚଳ ଭୁବନେଶ୍ୱରରୁ ଏବଂ 14ରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ । ସେହିଭଳି 22805/22806 ଭୁବନେଶ୍ୱର-ଆନନ୍ଦ ବିହାର (ଦିଲ୍ଲୀ)-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନରେ ଭୁବନେଶ୍ବରରୁ 16ରୁ LHB କୋଚ ସୁବିଧା ଆରମ୍ଭ ହେଉଥିବାବେଳେ 18ରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ ।

ପୂର୍ବତଟ ପରିସୀମାରୁ ବାହାରୁଥିବା ଟ୍ରେନ ଗୁଡିକରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ କରାଯାଇଛି । 22869/22870 ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ 11 ତାରିଖରୁ ଓ ଚେନ୍ନାଇ ଠାରୁ 12 ତାରିଖରୁ ଆରମ୍ଭ ହେବ । ଏହି ସୁବିଧା 18503/18504 ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ମଧ୍ୟ ଉପଲବ୍ଧ କରାଯାଇଛି । ବିଶାଖାପାଟଣା ଠାରୁ 7ରୁ ଏବଂ ସାଇ ନଗର ସିରିଡ଼ି ଠାରୁ 8ରୁ ଉପଲବ୍ଧ କରାଯାଇଛି ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବାହାରୁଥିବା ଟ୍ରେନ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 49ଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ 12839/12840 ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ 12841/12842 ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା 5 ରୁ ହାଓଡ଼ାର ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details