ଭୁବନେଶ୍ବର:ଖରାରୁ ମିଳିବ ଆଶ୍ବସ୍ତି । ଆଗାମୀ ଦିନରେ ରାଜ୍ୟରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାର୍ଚ୍ଚ ୨୧ ଓ ୨୨ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଲୀୟବାଷ୍ପପୂର୍ଣ୍ଣ ଶୀତଳ ବାୟୁ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି ।
ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ କମିବ । ଯାହାଦ୍ୱାରା ଗ୍ରୀଷ୍ମପ୍ରବାହ ମଧ୍ୟ ପ୍ରଭାବ କମିବା ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଫଳରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା କରିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଗତ ୨୪ ଘଣ୍ଟାରେ ଦିନର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ୪୦.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।