ଓଡିଶା

odisha

ETV Bharat / city

ବୈତରଣୀରେ ବନ୍ୟା ଆଶଙ୍କା; ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ହେବ ପ୍ରଭାବିତ

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ,ଭଦ୍ରକ ଯାଯପୁର ଓ କେନ୍ଦ୍ରାପଡା ହେବ ପ୍ରଭାବିତ
ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ,ଭଦ୍ରକ ଯାଯପୁର ଓ କେନ୍ଦ୍ରାପଡା ହେବ ପ୍ରଭାବିତ

By

Published : Aug 26, 2020, 12:46 PM IST

ଭୁବନେଶ୍ବର: ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି ।

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ,ଭଦ୍ରକ ଯାଯପୁର ଓ କେନ୍ଦ୍ରାପଡା ହେବ ପ୍ରଭାବିତ

ତେବେ ବୈତରଣୀରେ ସବୁ ଜାଗାରେ ବନ୍ଧ ସୁଦୃଢ ଅଛି । ବ୍ରାହ୍ମଣୀ ନଦୀରେ ବି ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ଏ ପର୍ଯ୍ୟନ୍ତ ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଏହାସହ ଉପକୂଳରେ 150 ମିଲିମିଟର ବର୍ଷା ହୋଇଛି । ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମ ଭଳି ଜାଗାକୁ ଛାଡିଦେଲେ ସବୁଠି 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଅମାବାସ୍ୟା କି ପୂର୍ଣ୍ଣିମା ନାହିଁ ତେଣୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ । ଅତି ବେଶୀରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳର ତଳି ଅଞ୍ଚଳରେ ପାଣି ଜମି ରହିବ ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ମହାନଦୀରେ ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟୋକ୍ତି କରିଛନ୍ତି । ଏହାସହ ହୀରାକୁଦରେ 12 ଟି ଗେଟ ଖୋଲିଛି। 2ଲକ୍ଷ 13 ହଜାର ଘନପୁଟ ପାଣି ପ୍ରବେଶ କରିବା ସହ ସମାନ ଜଳ ନିଷ୍କାସନ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details