ଭୁବନେଶ୍ବର: ଆତଙ୍କବାଦୀ ଭୟକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ ମକଡ୍ରିଲ । ଏୟାର ଟ୍ରାଫିକ କଣ୍ଟ୍ରୋଲ, ସିଆଇଏସଏଫ, ଏସଓଜି, ସିଟିଏସ ମିଳିତ ଉଦ୍ୟମରେ ଏହି ମକ ଡ୍ରିଲର ଆୟୋଜନ କରାଯାଇଛି।
ଯଦି ବିମାନଟି ବିମାନ ବନ୍ଦରରେ ଅବତରଣ କରେ ବା ଫୁଏଲ ରିଫିଲିଂ କରିବା ପାଇଁ ଅବତରଣ କରେ, ତେବେ ସେ ସମୟରେ କିଭଳି ବିମାନକୁ ଅଟକାଇ ରଖି ବିମାନରେ ଥିବା ସନ୍ଦିଗ୍ଧକୁ ସାମ୍ନା କରାଯାଇପାରିବ। ଏହାସହ କାଉଣ୍ଟର ଆଟାକ ହୋଇପାରିବ ସେନେଇ ମକ ଡ୍ରିଲ କରାଯାଇଥିଲା।