ଭୁବନେଶ୍ବର: ରାଜ୍ୟ ମୁଖିଆଙ୍କ ସୁରକ୍ଷା କର୍ମଚାରୀ ପଟେଲ ବାବୁଙ୍କ ମୋବାଇଲ ଚୋରି। ଚୋରକୁ ଧରିବାକୁ କମିସନରେଟ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ଗୋଟିଏ ପରେ ଗୋଟିଏ ଲୋକେସନ ବଦଳାଉଛି ଅଭିଯୁକ୍ତ । ହରଡ଼ଘଣାରେ କମିସନରେଟ ପୋଲିସ। କାରଣ ଲିକ ହୋଇପାରେ କଣ୍ଟାକ୍ଟ ବାହାରକୁ ଆସିପାରେ ସୁରକ୍ଷା ସମ୍ବଧିୟ କିଛି ଭିତରି ତଥ୍ୟ।
ଏପରି ଜଣେ ହାଇପ୍ରୋଫାଇଲ ଲୋକଙ୍କ ମୋବାଇଲକୁ ଧରିବାକୁ ଜି ଜାନ ଲଗାଇ କୌଶଳ ଜାରି ରଖିଛି କମିସନରେଟ ପୋଲିସ । ଯାହାକୁ ନେଇ ରାଜଧାନୀର ବିଭିନ୍ନ ବସ୍ତିରେ ଚଢାଉ କରିଛି । ଏପରିକି ଅଭିଯୁକ୍ତର ଯୋଗାଯୋଗରେ ଥିବା ଲୋକଙ୍କୁ ମାରାଥନ ଜେରା କରୁଛି। ପରିବାର ଲୋକଙ୍କ ସହ ତାର ପ୍ରେମିକାକୁ ମଧ୍ୟ ପଚରା କରିଛି। ପୋଲିସ ଜାଣିବାକୁ ପାଇଛି ସେ ଏକ ମୋଷ୍ଟଓ୍ବଣ୍ଟେଡ କ୍ରିମିନାଲ ଗ୍ୟାଙ୍ଗର କାର୍ଯ୍ୟ ।