ଓଡିଶା

odisha

ETV Bharat / city

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ,‘ବ୍ଲଡ ଅନ ହୁଇଲସ’ ଆରମ୍ଭ - ସୁନେତ୍ର ଭ୍ୟାନକୁ ଲୋକାର୍ପଣ

ବ୍ଲଡ ଅନ ହୁଇଲସ୍ । ଭ୍ରାମ୍ୟମାଣ ଭ୍ୟାନରେ ରକ୍ତ ସଂଗ୍ରହ । ରାଜ୍ୟର ଦୁର୍ଗମ ଅଞ୍ଚଳରେ ବିଶୁଦ୍ଧ ରକ୍ତ ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ସେବା ଆରମ୍ଭ ହୋଇଛି ।

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ, ଭ୍ରାମ୍ୟମାଣ ଭ୍ୟାନ ସେବା ଆରମ୍ଭ

By

Published : Oct 22, 2019, 11:34 PM IST

ଭୁବନେଶ୍ବର: ବ୍ଲଡ ଅନ ହୁଇଲସ୍ । ଭ୍ରାମ୍ୟମାଣ ଭ୍ୟାନରେ ରକ୍ତ ସଂଗ୍ରହ । ଆଉ ଏହାସହ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ‘ସୁନେତ୍ର’ । ରାଜ୍ୟରେ ବିଶୁଦ୍ଧ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ସେବା ।

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ, ଭ୍ରାମ୍ୟମାଣ ଭ୍ୟାନ ସେବା ଆରମ୍ଭ

ସୋମବାର ଭୁବନେଶ୍ବରରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ସେବା ଏବଂ ରାଜ୍ୟରେ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ଭ୍ୟାନକୁ ଲୋକାର୍ପଣ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଯେଉଁ ଅଞ୍ଚଳରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇପାରୁନାହିଁ ସେହି ସ୍ଥାନରେ ଏହି ବ୍ୟବସ୍ଥା ପହଞ୍ଚିବ । ରକ୍ତଦାତାଙ୍କ ସୁବିଧା, ନିରାପଦ ରକ୍ତ ସଂଗ୍ରହ, ସଂଗୃହୀତ ରକ୍ତର ସ୍ଥାନାନ୍ତରଣ ଓ ଦୁର୍ଗମ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଭ୍ୟାନ ସେବା ଆରମ୍ଭ ହୋଇଛି । ମଙ୍ଗଳବାର ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ମଧ୍ୟ ଆରମ୍ଭ ହୋଇଛି । ମଙ୍ଗଳବାର 3ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଏବଂ 4ଟି ସୁନେତ୍ର ଭ୍ୟାନ ଲୋକାର୍ପିତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି ।

ସୂଚନା ଥାଉ କି, ରାଜ୍ୟରେ 56ଟି ରକ୍ତ ଭଣ୍ଡାର ସହିତ ଗୋଟିଏ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । 2018 ମସିହାରେ ସଂଗୃହୀତ ସମୁଦାୟ 4 ଲକ୍ଷ 55 ହଜାର 60 ୟୁନିଟ ମଧ୍ୟରୁ 2 ଲକ୍ଷ 92 ହଜାର 171 ୟୁନିଟ ରକ୍ତ ସ୍ବେଚ୍ଛାକୃତ ଭାବେ ସଂଗ୍ରହ ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details