ଓଡିଶା

odisha

ETV Bharat / city

ଏଣିକି ମୋବାଇଲ ଆପରେ ସଂଗ୍ରହ ହେବ ଅର୍ଥନୈତିକ ଗଣନା - ବ୍ୟବସାୟିକ ପ୍ରତିଷ୍ଠାନ

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅର୍ଥନୈତିକ ଗଣନା । ଏଥିରେ ଛୋଟ ବଡ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ । ଏଣିକି ମୋବାଇଲ ଆପ ମାଧ୍ୟମରେ ହେବ ଏହି ଗଣନା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 27, 2019, 10:47 PM IST

ଭୁବନେଶ୍ବର: ଆରମ୍ଭ ହେଲା ଅର୍ଥନୈତିକ ଗଣନା । ଏଣିକି ମୋବାଇଲ ଆପ ମାଧ୍ୟମରେ ହେବ ଏହି ଗଣନା । ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନର ଅର୍ଥନୈତିକ ଗଣନା କରାଯିବ । ଗୁପଚୁପ , ପନିପରିବା ବିକାଳୀ ଠାରୁ ଆରମ୍ଭ କରି ବଡ ବଡ ଉଦ୍ୟୋଗ ପର୍ଯ୍ୟନ୍ତ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ । ଏହି ତଥ୍ୟକୁ ନେଇ କେନ୍ଦ୍ର , ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରଦାନ କରାଯିବ । ଯାହାଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ାଇବା ପାଇଁ ଯେତେ ସବୁ କଲ୍ୟାଣମୂଳକ ଯୋଜନା କରାଯାଉଛି ସେହି ତଥ୍ୟକୁ ଆଧାରକରି ଯୋଜନା ପ୍ରସ୍ତୁତ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବ୍ୟବସାୟୀଙ୍କ ମତରେ ଏହା ଅତ୍ୟନ୍ତ ଗ୍ରହଣୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅର୍ଥନୈତିକ ଗଣନା । ଏଥିରେ ଛୋଟ ବଡ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ । ଏହା ସହିତ କୁଟୀରଶିଳ୍ପ ,ଏପରିକି ରାସ୍ତା କଡରେ ଘରେ ଘରେ ହେଉଥିବା ଛୋଟ ଛୋଟ ଉତ୍ପାଦନକାରୀ କ୍ଷୁଦ୍ର ଉଦ୍ୟୋଗର ମଧ୍ୟ ଗଣନା କରାଯିବ । ଏଥର ୧୬ ହଜାର ଜନସେବା କେନ୍ଦ୍ରର ସହାୟତା ନିଆଯିବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ,ଏଥିରେ ୩୨ ହଜାର ଗଣନାକାରୀ ଏବଂ ୬ ହଜାର ୭ ସହ ସୁପରଭାଇଜର ନିୟୋଜିତ ହେବେ ।

ମୋଟ ୬ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ ଚୁଡାନ୍ତ ରିପୋର୍ଟ । ଏହି ଅର୍ଥନୈତିକ ଗଣନାକୁ ବିଭିନ୍ନ କମିଟି ମାଧ୍ୟମରେ ତଦାରଖ କରାଯିବ । ୧୬ ହଜାର ଜନସେବା କେନ୍ଦ୍ରରେ ତଥ୍ୟ ପ୍ରସ୍ତୁତ କରାଯିବ । ଦୈନିକ ଜଣେ ଗଣନାକାରୀ ପ୍ରାୟତଃ ୫୦ ଟି ଘରୁ ତଥ୍ୟ ସଂଗ୍ରହ କରିବେ । ୬ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ସବୁ ତଥ୍ୟ ସଙ୍ଗେ ସଙ୍ଗେ ମୋବାଇଲ ଆପ ମାଧ୍ୟମରେ ସର୍ଭରରେ ସଂରକ୍ଷିତ ରହିବ । ସୂଚନା ମୁତାବକ ୨୦୧୩ ଅର୍ଥନୈତିକ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ ବ୍ୟବସାୟିକ ପ୍ରତିଷ୍ଠାନ ୨୦ ଲକ୍ଷ ୮୮ ହଜାର ୯ ସହ ୦୫ । ସେଥିମଧ୍ୟରୁ ପୁରୁଷ ୧୫ଲକ୍ଷ ୪୬ ହଜାର, ମହିଳା ହେଲେ ୨ ଲକ୍ଷ ୫୦ହଜାର । ମୋଟ ପ୍ରୋପାଇଟୋରି ହେଲେ ୧୭ଲକ୍ଷ ୮୦ ହଜାର ।

ଗତକାଲି ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମକୁ ଲୋକାର୍ପିତ କରିଛନ୍ତି । ଏହା ମୋବାଇଲ ଆପରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ୧୬ ହଜାର ଜନସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୩ ମାସ ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ ଏବଂ ଆଉ ୩ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏ ଗଣନାରେ ୩୨ ହଜାର ଗଣନାକାରୀ ଓ ପାଖାପାଖି ୭ ହଜାର ସୁପରଭାଇଜର ନିୟୋଜିତ ହେବେ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଭୁବନେଶ୍ବର , ଉପ ମହାନିର୍ଦ୍ଦେଶକ କାମାକ୍ଷା ପ୍ରସାଦ ମିଶ୍ର କହିଛନ୍ତି ।

ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ଅତ୍ୟନ୍ତ ସହାୟକ ହେବ ବୋଲି ମାର୍କେଟ ବିଲ୍ଡିଂର ଜଣେ ଠେଲା ବ୍ୟବସାୟୀ କହିଛନ୍ତି । ଏଠାରେ ଆମର ସମସ୍ତ ତଥ୍ୟ ମହଜୁଦ ରହିପାରିବ । ଏ ଯାଏଁ ଦେଶରେ ୬ ଟି ଅର୍ଥନୈତିକ ଗଣନା ସରିଛି । ଏଥର ଏଗଣନାରେ ରାଜ୍ୟରେ ୧୬ ହଜାର ଜନସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ନେଇ ଏ ଗଣନା ଅତ୍ୟନ୍ତ ସହାୟକ ହେବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ସମୟରେ ସଂଗୃହିତ ତଥ୍ୟ ଅତ୍ୟନ୍ତ ଉପଯୋଗୀ ହେବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details