ଓଡିଶା

odisha

By

Published : Jan 20, 2021, 6:24 AM IST

Updated : Jan 20, 2021, 8:11 AM IST

ETV Bharat / city

୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ

୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ। ମୋ ସ୍କୁଲ ଅଭିଯାନକୁ ରାଜ୍ୟ ସରକାରଙ୍କ ୫ଟି' କାର୍ଯ୍ୟକ୍ରମ ଅଧୀନକୁ ଅଣାଯିବା ପରେ ଏହାକୁ ଅଧିକ ବ୍ୟାପକ ପାଇଁ ସ୍ଥିର ହୋଇଛି । ଅଧିକ ପଢନ୍ତୁ..

୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ
୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ

ଭୁବନେଶ୍ବର: ବ୍ୟାପକ ହେବ ‘ମୋ ସ୍କୁଲ୍ ଅଭିଯାନ’। ୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ। ମୋ ସ୍କୁଲ ଅଭିଯାନକୁ ରାଜ୍ୟ ସରକାରଙ୍କ ୫ଟି' କାର୍ଯ୍ୟକ୍ରମ ଅଧୀନକୁ ଅଣାଯିବା ପରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଛି ବୋଲି ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି ପ୍ରକାଶ କରିଛନ୍ତି ।

୧୦୦ ସ୍କୁଲର ବିକାଶ ଦାୟିତ୍ବ ନେବ ‘ମୋ ସ୍କୁଲ’ ଅଭିଯାନ

ସ୍କୁଲ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏହି ଅନୁଯାୟୀ ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡପସନ୍ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ ।

ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ କିଛି ବ୍ୟକ୍ତିବିଶେଷମାନେ ୧୦୦ଟି ବିଦ୍ୟାଳୟର ଏକ କଳାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମୟ ବିଷୟ ବୁଝିବେ । ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ, କର୍ପୋଟେର କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ପୋଷ୍ୟ କରିବାକୁ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ । ସେହିଭଳି ମୋ ସ୍କୁଲ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଯୋଗ କରାଯିବ ଏବଂ ଅଭିଯାନକୁ ରାଜ୍ୟବ୍ୟାପୀ ବ୍ୟାପକ କରାଯିବ । ଏହାର ଲାଭ କିଭଳି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପହଞ୍ଚିବ ଏବଂ ଆଭ୍ୟନ୍ତର ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯିବ । ଅଭିଭାବକମାନେ ବେସରକାରୀ ସ୍କୁଲ ପରିବର୍ତ୍ତେ ସରକାର ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବାରେ ଆଗ୍ରହ ସୃଷ୍ଟି କରିବା ସହ କୋଭିଡ ସମୟରେ ଜଟିଳ ପରିସ୍ଥିତିରେ ମୋ ସ୍କୁଲ ଟିମ୍ ପରିଶ୍ରମ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛି ।

ରାଜ୍ୟରେ ୧୦୦ଟି ବିଦ୍ୟାଳୟକୁ ମଡେଲ ସ୍କୁଲ ଭାବେ ବିକଶିତ କରିବା ସହ ରାଜ୍ୟର ବିଭିନ୍ନ ସ୍କୁଲରେ ଚାଲୁ ରହିବା ପ୍ରକଳ୍ପ ଅଗ୍ରଗତି ଓ ତାହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବ।୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା କାର୍ଯ୍ୟକାରୀ ପରିଷଦର ୬ଟି ବୈଠକରେ ୩୦ଟି ଜିଲ୍ଲାର ୮,୮୭୭ଟି ବିଦ୍ୟାଳୟର ମୋଟ ୫୭,୪୯,୨୮,୩୮୩ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ ୧୯, ୧୨,୪୯,୮୧୪ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ୩୮,୩୨,୮୭,୬୨୮ ଟଙ୍କା ପ୍ରଦାନ କରିଛନ୍ତି । ୨୦୨ ୦-୨୧ ଆର୍ଥିକ ବର୍ଷରେ 'ମୋ ସ୍କୁଲ' ପକ୍ଷରୁ ଉଭୟ ବିଦ୍ୟାଳୟ ଓ ରାଜ୍ୟସ୍ତରରେ ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ ମଧ୍ୟରେ ସହଯୋଗ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 20, 2021, 8:11 AM IST

ABOUT THE AUTHOR

...view details