ଓଡିଶା

odisha

ETV Bharat / city

ଦେଶରେ ଉଦାହରଣ ସୃଷ୍ଟି କରିଛି ମୋ ସ୍କୁଲ୍‌: ଉଚ୍ଚଶିକ୍ଷା ମନ୍ତ୍ରୀ - ମୋ ସ୍କୁଲ୍‌ ଅଭିଯାନ ଉଦାହରଣ

ଦେଶରେ ଉଦାହରଣ ସୃଷ୍ଟି କରିଛି ‘ମୋ ସ୍କୁଲ୍‌। ଏଚଡିଏଫସି ସହ 'ମୋ ସ୍କୁଲ'ର ଏମଓୟୁ। ନୟାଗଡ଼ର ୪ ସ୍କୁଲ୍‌ର ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷେପ । ଅଧିକ ପଢନ୍ତୁ

"Mo School Abhiyan" sets an example in the country says odishaHigher Education Minister
ଦେଶରେ ଉଦାହରଣ ସୃଷ୍ଟି କରିଛି ‘ମୋ ସ୍କୁଲ୍‌’: ଉଚ୍ଚଶିକ୍ଷା ମନ୍ତ୍ରୀ

By

Published : Mar 29, 2022, 7:03 AM IST

ଭୁବନେଶ୍ବର: ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍‌। ଏଚଡିଏଫସି ସହ 'ମୋ ସ୍କୁଲ'ର ଏମଓୟୁ। ନୟାଗଡ଼ର ୪ ସ୍କୁଲ୍‌ର ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷେପ । ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତିରେ ସହଯୋଗର ହାତ ବଢାଇବାକୁ ମନ୍ତ୍ରୀଙ୍କ ଆହ୍ବାନ। ୨୦୧୭ ମସିହାରେ ଆରମ୍ଭ ହୋଇଥିବା "ମୋ ସ୍କୁଲ ଅଭିଯାନ' ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି । ଅତୀତକୁ ବର୍ତ୍ତମାନ ସହ ଯୋଡୁଥିବା ଏହି ଅଭିଯାନ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ ସଦୃଶ ହୋଇଛି । ଏହା କେବଳ ଏକ ପ୍ଲାଟଫର୍ମ ନୁହେଁ, ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବାପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ସମ୍ମିଳନୀ କକ୍ଷରେ "ମୋ ସ୍କୁଲ ଅଭିଯାନ" ଏବଂ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆର୍ଥିକ ସହଯୋଗ ନେବା ଆମର ଲକ୍ଷ୍ୟ ନୁହେଁ । ନିଜେ ପଢିଥିବା ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ରଖିବା ଓ ଶିକ୍ଷାଦାନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇବାକୁ ଆମେ ଉତ୍ସାହିତ କରୁଛୁ । 'ମୋ ସ୍କୁଲ ଅଭିଯାନ ଆରମ୍ଭ ହେବାପରେ ସରକାରୀ ବିଦ୍ୟାଳୟର ରୂପ ପରିବର୍ତ୍ତନ ହୋଇଛି ।

ଦେଶରେ ଉଦାହରଣ ସୃଷ୍ଟି କରିଛି ‘ମୋ ସ୍କୁଲ୍‌’: ଉଚ୍ଚଶିକ୍ଷା ମନ୍ତ୍ରୀ

ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ ସହପାଠ୍ୟଭିତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆଜି "ମୋ ସ୍କୁଲ" ଏକ ଆନ୍ଦୋଳନରେ ପରିଣତ ହୋଇଥିବା ସେ ମତ ଦେଇଥିଲେ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆଜି ଯେଉଁମାନେ ସହଯୋଗର ହାତ ବଢାଉଛନ୍ତି, ସେମାନେ ଦେଶ ଓ ରାଜ୍ୟ ପାଇଁ ମହତ କାର୍ଯ୍ୟ କରୁଛନ୍ତି । ଏଚଡିଏଫସି ବ୍ୟାଙ୍କ ଶିକ୍ଷାର ବିକାଶ ପାଇଁ ସହଯୋଗର ହାତ ବଢାଇ ଅନ୍ୟ ବ୍ୟାଙ୍କମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି।

‘ମୋ ସ୍କୁଲ୍ ଅଭିଯାନ" ଏବଂ ଏଚଡିଏଫସି ବ୍ୟାଙ୍କ ମଧ୍ୟରେ ସ୍ବାକ୍ଷର ହୋଇଥିବା ଏହି ଏମ୍ଓୟୁ ଦ୍ଵାରା ନୟାଗଡ଼ ଜିଲ୍ଲାର ୩ଟି ଉଚ୍ଚ ବିଦ୍ୟାଳୟ ଏବଂ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନିଆଯିବ । ସେଗୁଡ଼ିକ ହେଲା ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ, କେ.ସି. ନୋଡାଲ ବିଦ୍ୟାପୀଠ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାସଙ୍ଗ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ। ଭିତ୍ତିଭୂମି ବିକାଶ ସହ ସ୍କୁଲରେ ଶୈକ୍ଷିକ ପରିବେଶର ବିକାଶକୁ ପ୍ରାଥମିକତା ଦେବା ପ୍ରମୁଖ ଲକ୍ଷ୍ୟ ରହିବ । ଏହି ୪ଟି ବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜେ ପାଠ ପଢିଥିବା ବେଳେ ସ୍କୁଲ୍‌ଗୁଡ଼ିକର ବିକାଶ ପାଇଁ ସେ ଏକାଧିକ ପଦକ୍ଷେପ ନେଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମୋ ସ୍କୁଲ ଅଭିଯାନ' ସଫଳତାର ଶୀର୍ଷରେ ପହଞ୍ଚିଥିବା କହିଥିଲେ ।

"ମୋ ସ୍କୁଲ" ସହ ୭ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଏବଂ ବଦାନ୍ୟ ବ୍ୟକ୍ତିବିଶେଷ ଯୋଡ଼ିହୋଇ ସ୍କୁଲର ବିକାଶ ପାଇଁ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିଛନ୍ତି । ଶିକ୍ଷାର ବିକାଶ ଦିଗରେ ସାହାଯ୍ୟ ଓ ସହଯୋଗ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା "ମୋ ସ୍କୁଲ’ ସଦସ୍ୟ ସଚିବ ଅନୁପମ ସାହା ଏବଂ ଏଚଡିଏଫସି ବ୍ୟାଙ୍କ ଓଡ଼ିଶା ଶାଖା ଡେପୁଟି ଭାଇସ୍ ପ୍ରେସିଡେ ଅଜିତ କୁମାର ପାଢୀ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ବାକ୍ଷର ହୋଇଥିଲା । ଆଗାମୀ ଦିନରେ ଏଚ୍‌ଡିଏଫ୍‌ସି ପକ୍ଷରୁ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପଦକ୍ଷେପ ନିଆଯିବ। 'ମୋ ସ୍କୁଲ୍ ଅଭିଯାନ" ସହ ମିଶି ବ୍ୟାଙ୍କ୍ ଆହୁରି ଅଧିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓଡ଼ିଶା ଶାଖା ଭାଇସ୍ ପ୍ରେସିଡେ ଅନିମେଶ ବିଶ୍ଵାଳ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details