ଓଡିଶା

odisha

By

Published : Oct 2, 2019, 9:27 PM IST

ETV Bharat / city

କଲ କଲେ ନବୀନ, ଶୁଣିଲେ ଅଭିଯୋଗ

ଆଜିଠୁ ଆରମ୍ଭ ହୋଇଛି ‘ମୋ ସରକାର’ । ସିଧାସଳଖ ଲୋକଙ୍କ ନିକଟକୁ କଲ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶୁଣୁଛନ୍ତି ଅଭିଯୋଗ । ରାଜ୍ୟର ବିଭିନ୍ନ ଜିଲ୍ଲାର ନଅଟି ସ୍ଥାନକୁ ଫୋନ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା ବହୁ ପ୍ରତୀକ୍ଷିତ ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ନିବାସରୁ 9 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 9ଟି ନମ୍ବରକୁ ନବୀନ ଫୋନ କରିଥିଲେ ।

ଭିଡ଼ିଓ ସୈଜନ୍ୟ: ବ୍ୟୁରୋ ହେଡ଼, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ବୁଧବାର ବଲାଙ୍ଗୀର, ସୁନ୍ଦରଗଡ, ମାଲକାନଗିରି, ଯାଜପୁର ଓ ବାରିପଦାର କିଛି ଲୋକଙ୍କ ସହ ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ସଂପର୍କରେ କଥା ହୋଇଥିଲା ବେଳେ ନୟାଗଡ ଓ ଭବାନୀପାଟଣା ଲୋକଙ୍କ ସହ ଥାନାରେ ସେମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ କଥା ହୋଇଥିଲେ ।

ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା, 21ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର 30 ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details