ଓଡିଶା

odisha

By

Published : Oct 11, 2019, 11:53 PM IST

ETV Bharat / city

ଲାଗୁହେଲା ‘ମୋ ସରକାର’, ପୁରୁଣା କେସକୁ ଗୁଲିମାର

ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ପୋଲିସ । ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଅଭିଯୋଗକାରୀ । ଶେଷରେ ସ୍ଥାନୀୟ ପୋଲିସର ଅଧିକାରୀଙ୍କ ବିରୋଧରେ ଏପରି ଅଭିଯୋଗ ନେଇ ଡ଼ିଜି କ୍ୟାମ୍ପରେ ପହଁଚିଛନ୍ତି ଅଭିଯୋଗକାରୀ ।

ଫାଇଲ ଫଟୋ

ଭୁବନେଶ୍ବର: ଶୁଣୁନାହାନ୍ତି ଅଫିସର । ଦୌଡି ଦୌଡି ଅଭିଯୋଗକାରୀ ନୟାନ୍ତ । ପୁରୁଣା କେସକୁ ଦେଉନାହାଁନ୍ତି ଗୁରୁତ୍ବ । ଏଭଳି ସାଙ୍ଘାତିକ ଅଭିଯୋଗ ପହଞ୍ଚିଛି ପୋଲିସ ମୁଖିଆଙ୍କ ପାଖରେ । ଅଭିଯୋଗ ନେଇ ଡିଜି କ୍ୟାମ୍ପ ଅଫିସରେ ଭେଟିଛନ୍ତି ଅଭିଯୋଗକାରୀ । ମୋ ସରକାର ଯୋଜନାକୁ ହୋଇଛି ବଡ଼ ଚ୍ୟାଲେଞ୍ଜ । କାରଣ ମୋ ସରକାର ପୁର୍ବରୁ କେସକୁ ମିଳୁନି ଗୁରୁତ୍ବ ।

ଲାଗୁହେଲା ମୋ ସରକାର,ପୁରୁଣା କେସକୁ ଗୁଲିମାର

ଏଯାଏଁ ଅଭିଯୋଗ କାରି ଦୌଡି ଦୌଡି ନୟାନ୍ତ ହେଉଥିବା କେସକୁ ଦେଖି ମଧ୍ୟ ପୋଲିସ ବାବୁ ଦେଉ ନାହାଁନ୍ତି ଗୁରୁତ୍ବ । ଏପରିକି ଏସପି ଅଫିସଠୁ ଆରମ୍ଭ କରି ଡିଆଇଜି ଅଫିସ ଦୌଡିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ସିଧା ପହଁଚିଥିଲେ ଡିଜି କ୍ୟାମ୍ପ ଅଫିସରେ । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ପୋଲିସ ଡିଜିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ଯେଉଁଥିରେ ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଅନେକ ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ସ୍ଥାନୀୟ ପୋଲିସ ଅଫିସର । ଏପରିକି ମର୍ଡର କେସରେ ସମ୍ପୃକ୍ତ କିଛି ଅପରାଧି ଖୁଲମଖୁଲା ଧମକ ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନି ପୋଲିସ । ଏପରିକି ଜଣେ ମହିଳାଙ୍କ ଘର ସାମ୍ନାରେ ବୋମା ଫିଙ୍ଗି ଦୁର୍ବୁତ୍ତ ଫେରାର ଥିବା ବେଳେ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏପରି ୧୫ରୁ ଉର୍ଦ୍ଧ ଅଭିଯୋଗ ନେଇ ପୋଲିସ ମୁଖାଳୟରେ ପହଞ୍ଚିଥିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details