ଭୁବନେଶ୍ବର: ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ଉପରେ ଉଠିଛି ଆପତ୍ତି । ଏଭଳି ଆପତ୍ତି ଆସିଛି ବାଲିଅନ୍ତା ଥାନା ଅଞ୍ଚଳରୁ । ଉକ୍ତ ଅଞ୍ଚଳର ବିଲଡର ଓମ ଶ୍ରିର ବିନା ବିଡିଏ ଆପ୍ରୁଭାଲରେ ବେଆଇନ କୋଠା ନିର୍ମାଣ କରିଛନ୍ତି । ଏପରିକି ଜମି ମାଲିକକୁ ଜାଗା ଉପରୁ ବିତାଡିତ କରିବା ସହ ଜବରଦଖଲ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି ।
ଫେଲ ମାରିଛି 'ମୋ ସରକାର', ଥାନାବାବୁ ରଖୁନାହାନ୍ତି ଅଭିଯୋଗ
ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ଉପରେ ଉଠିଛି ଆପତ୍ତି । ଜମି ମାଲିକକୁ ଜାଗା ଉପରୁ ବିତାଡିତ କରିବା ସହ ଜବରଦଖଲ କରିଥିବା ଭଳି ସାଙ୍ଘାତିକ ଅଭିଯୋଗକୁ ରଖୁନାହାନ୍ତି ଥାନା ବାବୁ । ଅଧିକ ପଢନ୍ତୁ...
ଫେଲ ମାରିଛି 'ମୋ ସରକାର', ଥାନାବାବୁ ରଖୁ ନାହାନ୍ତି ଅଭିଯୋଗ
ଅଭିଯୋଗକାରୀ ଏନେଇ ଥାନାଠୁ ଆରମ୍ଭ କରି ଜୋନାଲ ଏସିପି ଓ କମିଶନର କାର୍ଯ୍ୟାଳୟ ଦୌଡିଥିଲେ ବି କେହି ତାଙ୍କ ଅଭିଯୋଗ ଶୁଣିବାକୁ ନାରାଜ । ତେବେ କମିଶନରଙ୍କ କାର୍ଯ୍ୟାଳୟକୁ ଏନେଇ ଯୋଗାଯୋଗ ହୋଇଥିଲେ ମଧ୍ୟ ସେ କିଛି ଉତ୍ତର ରଖିନାହାନ୍ତି । ନା ଥାନା ବାବୁ ନା ହେଲପ ଲାଇନ ନମ୍ବର ଏଠି ଅଭିଯୋଗକାରୀଙ୍କ ପାଇଁ ସବୁକିଛି ଫେଲ ମାରିଛି । ସେପଟେ ନ୍ୟାୟ ପାଇଁ ନୟାନ୍ତ ଅଭିଯୋଗକାରୀ ବାଧ୍ୟ ହୋଇ ବେଫିକର ରାଜ୍ୟ ସରକାରଙ୍କ 5'ଟି' ସଚିବ ଓ 'ମୋ ସରକାର'କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ