ଓଡିଶା

odisha

ETV Bharat / city

ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ - ବିଏମସି ହାତରେ ମୋ ସାଇକେଲ ପରିଚାଳନା

ପ୍ରଦୂଷଣ ମାତ୍ରା କମ କରିବା ଓ ପଥଚାରୀଙ୍କୁ କମ ପଇସାରେ ଯାତାୟାତର ସୁବିଧା ଦେବା ଲକ୍ଷ୍ୟରେ 2018ରେ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ " ମୋ ସାଇକେଲ "ଅଭିଯାନର ପରିଚାଳନା ଦାୟିତ୍ବ ବିଏମସି ହାତରେ । ଅଧିକ ପଢନ୍ତୁ...

ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ
ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ

By

Published : Oct 21, 2020, 2:46 PM IST

Updated : Oct 21, 2020, 5:59 PM IST

ଭୁବନେଶ୍ବର: ପଥଚାରୀଙ୍କୁ କମ ପଇସାରେ ଯାତାୟାତର ସୁବିଧା ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ " ମୋ ସାଇକେଲ "ଅଭିଯାନ । ୨୦୧8 ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ " ମୋ ସାଇକେଲ " ଅଭିଯାନର ଶୁଭାରମ୍ଭ କରିଥିଲେ । ହକି ବିଶ୍ବକପ ସମୟରେ ଏହା ବେଶ ଆଦୃତ ମଧ୍ୟ ହୋଇଥିଲା । ହେଲେ ଦୁଇବର୍ଷ ନପୁରୁଣୁ କୋମାକୁ ଚାଲିଯାଇଥିଲା ମୋ ସାଇକେଲ ଅଭିଯାନ । ପରିଚାଳନା ଗତ ତ୍ରୁଟି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା ମୋ ସାଇକେଲ । କେଉଁଠି ସାଇକେଲ ଚୋରି ହେଲା ତ ଆଉ କେଉଁଠି ସାଇକେଲ ଭାଙ୍ଗିରୁଜି ଯାଉଥିଲା । ହେଲେ ଦୀର୍ଘଦିନ ପରେ ଏବେ ବିଏମସି ଏହାର ପରିଚାଳନା ଦାୟିତ୍ବ ନେଇଛି ।

ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ

ଆଉ ପୁଣି ଆରମ୍ଭ ହୋଇଯାଇଛି ସାଇକେଲ ଗିରି । ଆଗ ଭଳି ମୋ ସାଇକେଲ ଚଲାଇବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଦୀର୍ଘଦିନ ପରେ ମୋ ସାଇକେଲ ଆରମ୍ଭ ହୋଇଥିବା ହେତୁ ଏହାକୁ ସ୍ବାଗତ କରିଛନ୍ତି ସାଇକେଲ ଚାଳକ ।

କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟ ବା କୃଟ ଦ୍ବାରା ମୋ ସାଇକେଲ ପରିଚାଳିତ ହୋଇଥାଏ । ତିନୋଟି ଘରୋଇ କମ୍ପାନୀ ୟୁଲୁ, ୟାନା ଓ ହେକ୍ସି ପକ୍ଷରୁ ୨୦୦୦ ସାଇକେଲ ଅଣାଯାଇଥିଲା । ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ବା ପିବିଏସ ଷ୍ଟେସନରେ ୨୦ ଟି ଲେଖାଏଁ ସାଇକେଲ ରଖାଯାଇଥିଲା । ଜିପିଆରଏସ ମାଧ୍ୟମରେ ଏହାର ଗତିବିଧିକୁ ସହଜରେ ଠାବ କରିହେବ । ପ୍ରତ୍ୟେକ ସାଇକେଲରେ ୟୁନିକ କୋଡ଼ ନମ୍ବର ଥିଲା । ୩୦ ମିନିଟରେ ୫ ଟଙ୍କାରେ ପଥଚାରୀ ଏହି ସୁବିଧା ପାଉଥିଲେ । ହେଲେ ପରିଚାଳନା ଗତ ତ୍ରୁଟି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା ମୋ ସାଇକେଲର ଭାଗ୍ୟ । ସେପଟେ ଏହାର ଦାୟିତ୍ବ ବିଏମସି ହାତକୁ ନେବା ପରେ ୨୦୨୦ ଅକ୍ଟୋବର ମାସରେ ନଗର ଉନ୍ନୟନ ବିଭାଗ ପକ୍ଷରୁ କୃଟ ହାତରୁ ବିଏମସିକୁ ହସ୍ତାନ୍ତର କରାଯାଇଛି । ପ୍ରତ୍ୟକ ଶୁକ୍ରବାର ସକାଳୁ ସାଇକେଲଗିରି ଅଭିଯାନ ଚାଲିଛି । ତେବେ ଆଗକୁ ମୋ ସାଇକେଲକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ।

ତେବେ ବିଏମସି ପକ୍ଷରୁ ଏକାଧିକ ଯୋଜନା ପ୍ରସ୍ତୁତ କରାଯାଉଛି । ହେଲେ ତାର କିଛି ସମୟ ବ୍ୟବଧାନ ପରେ ତାର ବାସ୍ତବ ଉପଲବ୍ଧି ଶୂନ । ଯଦି ଏଭଳି ସମସ୍ୟା ଆଗକୁ ଉପୁଜେ ତେବେ ଏହି କାର୍ଯ୍ୟକ୍ରମର ଭାଗ୍ୟ ଯେ ଅନ୍ଧକାର ଭିତରକୁ ଠେଲି ହୋଇଯିବ ସେଥିରେ ସନ୍ଦେହ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 21, 2020, 5:59 PM IST

ABOUT THE AUTHOR

...view details