ଓଡିଶା

odisha

ETV Bharat / city

ମୋ କଲେଜ ଅଭିଯାନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

‘ମୋ କଲେଜ ଅଭିଯାନ’ ରେ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ

By

Published : Sep 9, 2022, 8:06 PM IST

ମୋ କଲେଜ ଅଭିଯାନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ
ମୋ କଲେଜ ଅଭିଯାନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର:ଶିକ୍ଷାର ମାନ ବୃଦ୍ଧି ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାରଙ୍କର ଦ୍ବାରା ଆରମ୍ଭ କରାଯାଇଥିଲା ‘ମୋ କଲେଜ ଅଭିଯାନ’ । ‘ମୋ କଲେଜ ଅଭିଯାନ’ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଏହି କ୍ରମରେ ଆଜି ( ଶୁକ୍ରବାର ) ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ।

ମୋ କଲେଜ ଅଭିଯାନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ



‘ମୋ କଲେଜ ଅଭିଯାନ’ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ସାଇକେଲ ଷ୍ଟାଣ୍ଡ, ବାସ୍କେଟ ବଲ୍‌ କୋଟ୍‌, କମନ ରୁମ, ଶୌଚାଳୟ ଏବଂ ପାଚେରି ନିର୍ମାଣ ସହିତ ବିଭିନ୍ନ କଲେଜ କୋଠାରୀର ମରାମତି ଆଦି କାର୍ଯ୍ୟ କରାଯିବ । ଏହାସହ କଲେଜ ଗୁଡ଼ିକରେ ଥଣ୍ଡା ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯିବା ସହିତ କମ୍ପ୍ୟୁଟର, କ୍ୟାଣ୍ଟିନ ଏବଂ ରିଡିଙ୍ଗ ରୁମର ନବୀକରଣ କରାଯିବ ।

ଏନେଇ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏହି ୧୩ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ରହିଛି ଅନୁଗୋଳ ଜିଲ୍ଲା ତାଲମୁଲ ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ପଞ୍ଚାୟତ ସମିତି ମହାବିଦ୍ୟାଳୟ, କଟକ ଜିଲ୍ଲା ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ, କଟକ ଜିଲ୍ଲା ଅଡ଼ସପୁର ସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ, କଟକ ସ୍ଥିତ ମହାନଦୀ ବିହାର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ । ସେହିପରି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀପ୍ରିୟା ଡିଗ୍ରୀ ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଏବଂ ସାରସ୍ୱତ ସନ୍ତକ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।



‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଏହା ଅଧୀନରେ ୭୫୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details