ଓଡିଶା

odisha

ETV Bharat / city

ଯାତ୍ରୀକୁ ଗୋଡାଇ ପିଟିଲେ ମୋ ବସ୍ କର୍ମଚାରୀ - ମୋ ବସ କର୍ମଚାରୀ ମାଡ ଖବର

ରାଜଧାନୀରେ ‘ମୋ ବସ’ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ମୋ ବସ ସାମ୍ନାକୁ ଆସି, ଯାତ୍ରୀ ଗାଡି ଅଟକାଇବାରୁ ରାସ୍ତା ଉପରେ ଯାତ୍ରୀକୁ ଗୋଡେଇ ଗୋଡେଇ ପିଟିଲେ ବସ କର୍ମଚାରୀ । ଅଧିକ ପଢନ୍ତୁ

ଯାତ୍ରୀକୁ ଗୋଡାଇ ପିଟିଲେ ମୋ ବସ୍ କର୍ମଚାରୀ
ଯାତ୍ରୀକୁ ଗୋଡାଇ ପିଟିଲେ ମୋ ବସ୍ କର୍ମଚାରୀ

By

Published : Jun 22, 2022, 10:51 PM IST

Updated : Jun 22, 2022, 10:59 PM IST

ଭୁବନେଶ୍ବର: ରାଜଧାନୀରେ ‘ମୋ ବସ’ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ମୋ ବସ ସାମ୍ନାକୁ ଆସି, ଯାତ୍ରୀ ଗାଡି ଅଟକାଇବାରୁ ରାସ୍ତା ଉପରେ ଯାତ୍ରୀକୁ ଗୋଡେଇ ଗୋଡେଇ ପିଟିଲେ ବସ କର୍ମଚାରୀ । କିଛି ସମୟ ପାଇଁ ରାସ୍ତାରେ ଗାଡି ଅଟକି ରହିବା ସହ ବସରେ ଥିବା ଯାତ୍ରୀଙ୍କ ସହ ସ୍ଥାନୀୟ ଲୋକଙ୍କ ସାମ୍ନାରେ‌ ଯାତ୍ରୀକୁ ପିଟିଲେ । ଏପରିକି ଅନ୍ୟ ବସର ଡ୍ରାଇଭର ହେଲପର ଆସି ମଧ୍ୟ ଯାତ୍ରୀଟିକୁ ରାସ୍ତା ଉପରେ ମାଡ ମାରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ମାଡ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ ନମ୍ବର ୧୧ବସକୁ ଥାନାକୁ ଆଣିଛି ପୋଲିସ୍ । ଫଳରେ ବସରେ ବସିଥିବା ଯାତ୍ରୀ ଓହ୍ଲାଇ ଅନ୍ୟ ରୁଟର ବସରେ ଯାଇଛନ୍ତି ।

ଯାତ୍ରୀକୁ ଗୋଡାଇ ପିଟିଲେ ମୋ ବସ୍ କର୍ମଚାରୀ

ତେବେ ଅଭିଯୋଗକାରୀ ଯାତ୍ରୀ ସତ୍ୟବର୍ଦ୍ଧନ ପଣ୍ଡାଙ୍କ ସୂଚନା ମୁତାବକ, ‘‘ଛତିଶଗଡରୁ ଟ୍ରେନ ଯୋଗେ ଫେରିବା ପରେ ନନ୍ଦନକାନନ ଯାଇଥାନ୍ତେ । ରାତି ହେବାରୁ ଶେଷ ‘ମୋ ବସ’ ଭାବି ରୁଟ ନମ୍ବର ୧୧ ବସଟିକୁ ଷ୍ଟେସନ ପାଖ ତନିସ୍କ ସୋରୁମ ପାଖରେ ଅଟକାଇଥିଲେ ହେଲେ, ବସଟି ଅଟକିନଥିଲା । ଏପରିକି ମୋ ବସ କର୍ମଚାରୀ ମନା କରିଥିଲେ‌ । ବାଧ୍ୟ ହୋଇ ଯାତ୍ରୀ ଜଣକ ସାଥିରେ ରୋଗିଣା ମା’ ଥିବାରୁ ବସ ଅଟକାଇବା ପାଇଁ ବସର ଆଗକୁ ଯାଇ ଅଟକାଇବାକୁ ଅନୁରୋଧ କରିଥିଲେ । ହେଲେ ବସଟି ଅଟକି ତାଙ୍କ ଉପରକୁ ଚଢାଇଦେବାକୁ ଉଦ୍ୟମ ବେଳେ ଯାତ୍ରୀ ଜଣକ ଜୀବନ ବଞ୍ଚାଇବାକୁ ଗାଡିର ଆଗ କାଚକୁ ଠେଲି ଉଠିବା ପାଇଁ ଉଦ୍ୟମ କରିଥିଲେ । ତେବେ ବସର କାଚଟି ଫାଟିଯିବାରୁ ବସରୁ ଡ୍ରାଇଭର ଓ ହେଲପର ସହ ପଛରେ ଆସୁଥିବା ଏସି ବସର କିଛି ‘ମୋ ବସ’ କର୍ମଚାରୀ ମିଳିମିଶି ମାଡ ମାରିଥିଲେ । ଏପରିକି ତାଙ୍କ ମା’କୁ ଅସଦାଚରଣ କରିଥିବା ସେ ଅଭିଯୋଗ ବାଢିଛନ୍ତି ।

ଅନ୍ୟପଟେ ‘ମୋ ବସ’ର ଡ୍ରାଇଭର ଶତୃଘ୍ନ ବେହେରା କହିଛନ୍ତି, ‘‘ବସ ଷ୍ଟପ ନଥିବାରୁ ଗାଡି ଅଟକାଇନଥିଲେ । ଫଳରେ ଯାତ୍ରୀ ଜଣକ ଗାଡି ଆଗକୁ ଆସି ଠିଆ ହୋଇ ଅଟକାଇବାକୁ ଚେଷ୍ଟା କରିଥିଲେ । ଏପରିକି ଗାଡିର କାଚକୁ ଫଟାଇ ଦେଇଥିଲେ‌ । ଏନେଇ ଠେଲାପେଲା ହୋଇଥିଲା ।’’ ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ‘‘ମୋବସର କର୍ମଚାରୀ ୩ରୁ ୪ ଜଣ ମିଶି ସମସ୍ତେ ଯାତ୍ରୀଟିକୁ ଅତି ନିର୍ଦ୍ଦୟ ଭାବେ ରାସ୍ତାରେ ପିଟୁଥିଲେ । ଯାହାକୁ ଦେଖି ସେ ସହିପାରିନଥିଲେ ଏବଂ ପୋଲିସକୁ ଡକାଇବାରୁ ଯାତ୍ରୀଟି ଉଦ୍ଧାର ହୋଇଥିଲା।’’

ତେବେ ସରକାରୀ ସେବାରେ କାମ କରୁଥିବା ‘ମୋ ବସର’ କର୍ମଚାରୀ ଯଦି ଯାତ୍ରୀଟି ଅଟକାଇବା ପାଇଁ ଅନୁରୋଧ କରିଥିଲା, ତେବେ ଗାଡିଟି ଅଟକାଇନଥିଲେ । ବଡ ପ୍ରଶ୍ନ, ସରକାରୀ ସେବାରେ ନିୟୋଜିତ ଏଭଳି ସେବା କାହାପାଇଁ ପ୍ରଯୁଜ୍ୟ ? ଯଦି ଅସୁବିଧାରେ ପଡିଥିବା ଯାତ୍ରୀଟି ଲଗେଜ ଧରି ନିଜ ମା’ଙ୍କ ସହ ନିବେଦନ କରୁଛନ୍ତି ତେବେ କାହିଁକି ବସ ଅଟକାଇଲେନି ? ଯଦି ଯାତ୍ରୀ ଜଣକ ବସ ଆଗକୁ ଆସି ଗାଡିକୁ ଅଟକାଇବାକୁ ଉଦ୍ୟମ କଲେ ତେବେ ଆଇନକୁ ହାତକୁ ନେଇ ଯାତ୍ରୀକୁ ପିଟିବାକୁ କିଏ ସାହାସ ଦେଲା ? କାରଣ ଜନସେବା ପାଇଁ ନିୟୋଜିତ ର୍ମଚାରୀଙ୍କ ରାସ୍ତା ଉପରେ ଏଭଳି ଆତଙ୍କର ଚିତ୍ର ଏକ ସରକାରୀ ସେବା ପ୍ରତି ଏକ ବଡ ପ୍ରଶ୍ନ ଭାବେ ଠିଆ କରିଛି ? ଏଭଳି ସେବା କାହାପାଇଁ । ଯଦି ଯାତ୍ରୀ ଜଣକ ଭୁଲ କଲେ ଆଇନର ଆଶ୍ରୟ ନନେଇ କାହିଁକି ଆଇନକୁ ହାତକୁ ନେଇ ରାସ୍ତା ଉପରେ ମାଡ ମାରିଲେ, ଯାହା ଏବେ ଅନେକ ପ୍ରଶ୍ନ ‘ମୋ ବସ’ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 22, 2022, 10:59 PM IST

ABOUT THE AUTHOR

...view details