ଓଡିଶା

odisha

ETV Bharat / city

ମଙ୍ଗଳବାରଠୁ ସବୁ ରୁଟରେ ଗଡିବ ମୋ ବସ୍ - ସବୁ ରୁଟରେ ଗଡିବ ମୋ ବସ

ମଙ୍ଗଳବାର ଠୁ ସବୁ ରୁଟରେ ଚଳାଚଳ କରିବ ମୋ ବସ୍ । ଏନେଇ ସୋମବାର କୃଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ
ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ

By

Published : Nov 30, 2020, 7:55 PM IST

Updated : Nov 30, 2020, 8:46 PM IST

ଭୁବନେଶ୍ବର:ଆସନ୍ତାକାଲି ଠାରୁ ସବୁ ରୁଟରେ ଚଳାଚଳ କରିବ ମୋ ବସ୍ । କେବଳ ରୁଟ ନଂ ୨୯ କୁ ଛାଡି ବାକି ସମସ୍ତ ରୁଟରେ ଗଡିବ ମୋ ବସ୍ । ସୋମବାର ଏନେଇ କୃଟ (CURT) ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ

କ୍ୟାପିଟାଲ ଅର୍ବାନ ରିଜିୟନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ବର, ପୁରୀ, କଟକ, କୋଣାର୍କ, ଖୋର୍ଦ୍ଧା ଓ ଜଟଣୀକୁ ଚଳାଚଳ କରୁଥିଲା ମୋ ବସ । କୋଭିଡ ସଂକ୍ରମଣ କାରଣରୁ ମୋ ବସ ସେବାକୁ ବିଭିନ୍ନ ରୁଟରେ ବନ୍ଦ କରଦିଆଯାଇଥିଲା ।

ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ

ତେବେ ପୂର୍ବରୁ ମେ ମାସରେ ୭ଟି ରୁଟରେ ୪୦ ବସ, ଜୁନ୍ ମାସରେ ୭ ଟି ରୁଟରେ ୬୬ ବସ, ଜୁଲାଇ ମାସରେ ୮ଟି ରୁଟରେ ୬୬ ବସ, ସେପ୍ଟେମ୍ବର ୨୭ ତାରିଖରେ କୋଣାର୍କ ଓ ପୁରୀକୁ ନୂଆ ରୁଟ ଭାବେ ବସ ଚଳାଚଳ, ନଭେମ୍ବର ୧୭ ଟି ରୁଟରେ ୧୦୯ ବସ ଏବଂ ଡିସେମ୍ବରରେ ୨୨ ରୁଟକୁ ମିଶାଇ ମୋଟ ୧୪୪ ମୋ ବସଚଳାଚଳ କରିବ । ମୋ ବସରେ ଯାତ୍ରା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 30, 2020, 8:46 PM IST

ABOUT THE AUTHOR

...view details