ଓଡିଶା

odisha

ETV Bharat / city

ଜଗନ୍ନାଥ ଧାମ ଓ ଅର୍କକ୍ଷେତ୍ରକୁ ଗଡିବ ‘ମୋ ବସ’ - ଅର୍କକ୍ଷେତ୍ର

ବିଶ୍ୱ ପର୍ଯ୍ୟଟନ ଦିବସରେ ମୋ ବସର ସ୍ୱତନ୍ତ୍ର ଉପହାର, ବିଶ୍ୱ ଐତିହ୍ୟ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଗଡିବ ମୋ ବସ । ୨୭ ସେପ୍ଟେମ୍ବର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ । ଅଧିକ ପଢନ୍ତୁ...

ଜଗନ୍ନାଥ ଧାମ ଓ ଅର୍କକ୍ଷେତ୍ରକୁ ଗଡିବ ମୋ ବସ
ଜଗନ୍ନାଥ ଧାମ ଓ ଅର୍କକ୍ଷେତ୍ରକୁ ଗଡିବ ମୋ ବସ

By

Published : Sep 25, 2020, 8:30 PM IST

ଭୁବନେଶ୍ବର: ଜଗନ୍ନାଥ ଧାମ ଓ ଅର୍କକ୍ଷେତ୍ର କୋଣାର୍କକୁ ଗଡିବ ମୋ ବସ। ବିଶ୍ୱ ପର୍ଯ୍ୟଟନ ଦିବସରେ ମୋ ବସର ସ୍ୱତନ୍ତ୍ର ଉପହାର, ବିଶ୍ୱ ଐତିହ୍ୟ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଗଡିବ ମୋ ବସ । ୨୭ ସେପ୍ଟେମ୍ବର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ । ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଏଭଳି ସେବା ଆରମ୍ଭ କରାଯାଇଛି ।

ରୁଟ ନଂ ୫୦, ରାଜଧାନୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିଂନ ବସଷ୍ଟାଣ୍ଡରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ ମୋ ବସ । ସେହିପରି ଭୁବନେଶ୍ୱରରୁ ସୂର୍ଯ୍ୟ ମନ୍ଦିର କୋଣାର୍କ ସ୍ଥଳ ଅଭିମୁଖେ ରୁଟ ନଂ ୭୦ ରେ ଗଡିବ ମୋ ବସ। ବର୍ତମାନ ପ୍ରଥମେ ଦୁଇଟି ବିନା ଏସି ବସ ସେବା ଆରମ୍ଭ ହେବ । ଦୁଇଟି ଲେଖାଏଁ ବସ ପ୍ରତ୍ୟେକ ରୁଟରେ ଚାଲିବ।

ରୁଟ ନଂ ୫୦ ପାଇଁ ସର୍ବାଧିକ ୭୦ଟଙ୍କା ଭଡା ଓ ରୁଟ ନଂ ୭୦ ପାଇଁ ୬୦ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି ବୋଲି ଶୁକ୍ରବାର କୃଟ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ବସରେ ଯାତ୍ରା କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ବ ଦେବ ବୋଲି ସୂଚନା ଦେଇଛି କ୍ରୁଟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details