ଓଡିଶା

odisha

ETV Bharat / city

ଲକଡାଉନ କଟକଣା, ବନ୍ଦ ହେଲା ‘ମୋ ବସ’ ସେବା - ମୋ ବସ ସେବା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ

ମୋ ବସ ସେବା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଶୁକ୍ରବାର କୃଟ କତ୍ତୃପକ୍ଷ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଲକଡାଉନ କଟକଣା, ବନ୍ଦ ହେଲା ମୋ ବସ ସେବା
ଲକଡାଉନ କଟକଣା, ବନ୍ଦ ହେଲା ମୋ ବସ ସେବା

By

Published : Jul 17, 2020, 6:35 PM IST

ଭୁବନେଶ୍ବର: କୋରୋନା ଲକଡାଉନ କଟକଣା ପାଇଁ ଭୁବନେଶ୍ବର ଲାଇଫ ଲାଇନ କୁହାଯାଇଥିବା ମୋ ବସ ସେବା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଶୁକ୍ରବାର କୃଟ କତ୍ତୃପକ୍ଷ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ସେବା ଭାବରେ ଏହା ବିମାନବନ୍ଦର, ରେଳଷ୍ଟେସନରୁ ଯାତ୍ରୀଙ୍କୁ ନେବା ଆଣିବା କରିବ ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର 4ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଓ ରାଉରକେଲା ମହାନଗରନିଗମକୁ ଜୁଲାଇ 17 ତାରିଖ ରାତି 9ରୁ ଜୁଲାଇ 31 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଯାହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଓ ଆଖପାଖରେ ଯାତାୟାତ କରୁଥିବା ମୋ ବସ ସେବାକୁ ବନ୍ଦ କରିଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details