ଭୁବନେଶ୍ବର:ଆଜିଠୁ ଗଡିଲା ‘ମୋ ବସ୍’ । କୋରୋନା ଦ୍ବିତୀୟ ଲହର ଆଂଶିକ ଲକଡାଉନ କଟକଣାରେ ସରକାର ବସ୍ ଚଳାଚଳକୁ ଅନୁମତି ଦେବା ପରେ କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ବସ ଗୁଡିକୁ ବିଶୋଧନ କରାଯାଇଛି । ବର୍ତ୍ତମାନ ୧୬ଟି ରୁଟରେ ୮୭ଟି ବସ ସେବା ଆରମ୍ଭ ହୋଇଛି । ଏନେଇ ବସ ଗୁଡିକୁ ସଫେଇ ସହ ଡିପୋରେ ବିଶୋଧନ କରାଯାଇଛି ।
ଆଜିଠୁ ଗଡିଲା ମୋ ବସ, ୧୬ଟି ରୁଟରେ ସେବା ଦେବ ୮୭ ବସ - ମୋ ବସ ସେବା
ଆଜିଠୁ ଗଡିଲା ‘ମୋ ବସ’ । ପ୍ରାଥମିକ ଭାବେ ସିଟ ସଂଖ୍ୟା ଅନୁପାତରେ ଯାତ୍ରା କରିବେ ଯାତ୍ରୀ । ଓଉର ଲୋଡିଂ ନିଷେଧ । କୋଭିଡ ପ୍ରୋଟକଲ ପାଳନ କରିବେ ଯାତ୍ରୀ ଓ ବସ କର୍ମଚାରୀ । ଅଧିକ ପଢନ୍ତୁ...
ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ନିୟମିତ ବସ୍ ସେବା ଶୁକ୍ରବାର ଯାଏଁ ଚାଲିବ । ପୂର୍ବଭଳି ଡିପୋରୁ ଗାଡି ବାହାରିବା ପରେ ବିଶୋଧନ କରାଯିବ ଏବଂ ମାଷ୍ଟରକାଣ୍ଟିନ ବସ୍ ଷ୍ଟାଣ୍ଡରେ ମଧ୍ୟ ବିଶୋଧନର ବ୍ୟବସ୍ଥା ରହିବ । ମୋ ବସର ସମସ୍ତ କର୍ମଚାରୀ ତଥା କ୍ୟାପଟେନ୍ ଓ ଗାଇଡ କୋଭିଡର ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି । ସମସ୍ତ ଯାତ୍ରୀମାନଙ୍କୁ କୋଭିଡ କଟକଣା ପାଳନ କରିବାକୁ ନିବେଦନ କରାଯିବା ସହ ଛିଡା ହୋଇ ଯାତ୍ରାକୁ ନିଷେଧ କରାଯାଇଛି । ଏବେ କେବଳ ସିଟର କ୍ଷମତା ଅନୁସାରେ ହିଁ ଯାତ୍ରୀ ଉଠାଇବାକୁ CRUT ପକ୍ଷରୁ ବସ କର୍ମଚାରୀଙ୍କୁ କୁହାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ