ଭୁବନେଶ୍ବର:ଆସନ୍ତା ସୋମବାର ଅର୍ଥାତ 2 ତାରିଖରୁ ସମସ୍ତ ରୁଟରେ ଗଡିବ ମୋ ବସ । ସମସ୍ତ 25 ରୁଟରେ ମୋ ବସ ଚାଲିବ ବୋଲି ସୂଚନା ଦେଇଛନ୍ତି କ୍ରୁଟର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର । କୋଭିଡ଼ ସ୍ଥିତିରେ ସୁଧାର ଆସିଥିବାରୁ ଏହି ନିଷ୍ପତ୍ତି ନେଇଛି କ୍ରୁଟ । ଅଗଷ୍ଟ 2ରୁ ସୋମବାର ଠାରୁ ରାଜଧାନୀ ଅଞ୍ଚଳର ସମସ୍ତ ମାର୍ଗରେ ମୋ ବସ୍ ସେବା ସ୍ୱାଭାବିକ ହେବ । ତେବେ ଖୋର୍ଦ୍ଧା, କଟକ ଓ ପୁରୀରେ ସପ୍ତାହନ୍ତ ସଟଡ଼ାଉନ ବଳବତ୍ତର ଥିବାରୁ ଶନିବାର ଓ ରବିବାର ଗଡିବନି ମୋ ବସ । ଏହାସହ ରାତ୍ରିକାଳୀନ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସୋମବାରରୁ ଶୁକ୍ରବାର ସକାଳ 7 ରୁ ସନ୍ଧ୍ୟା 7 ଯାଏଁ ଚାଲିବ ବସ । 25 ଟି ରୁଟରେ ମୋଟ 194 ଟି ବସ୍ ଚଳାଚଳ କରିବ ବୋଲି କ୍ରୁଟର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।
ସୋମବାରରୁ ସବୁ ରୁଟରେ ଗଡିବ ମୋ ବସ୍: ନୋ ମାସ୍କ, ନୋ ଏଣ୍ଟ୍ରିକୁ ଗୁରୁତ୍ୱ - mo bus resume from monday i
ଆସନ୍ତା 2 ତାରିଖରୁ ସମସ୍ତ ରୁଟରେ ଗଡିବ ମୋ ବସ । କ୍ରୁଟର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
ସୋମବାରରୁ ସବୁ ରୁଟରେ ଗଡିବ ମୋ ବସ୍; ନୋ ମାସ୍କ, ନୋ ଏଣ୍ଟ୍ରିକୁ ଗୁରୁତ୍ୱ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ