ଓଡିଶା

odisha

ETV Bharat / city

5 ଘଣ୍ଟା ଧରି ବନ୍ଦ ରହିଲା ‘ମୋ ବସ’ ସେବା - 5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା

ମାଷ୍ଟର କ୍ୟାଣ୍ଟିନରେ ଥିବା ‘ମୋ ବସ’ ଷ୍ଟାଣ୍ଡରେ ପାର୍କିଙ୍ଗକୁ ନେଇ ଘରୋଇ ଓ ମୋ ବସ କର୍ମଚାରୀମାନଙ୍କ ମଧ୍ୟରେ ଘଟିଛି ବଡ ଧରଣର ଅପ୍ରୀତିକର ପରିସ୍ଥିତି । ଏନେଇ ଦୀର୍ଘ 5 ଘଣ୍ଟା ଧରି ମୋ ବସ ସେବାକୁ ବସ କର୍ମଚାରୀମାନେ ବନ୍ଦ କରିଥିଲେ ।

mo bus serivce suspend for 5 hours
5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା

By

Published : Dec 26, 2019, 7:09 PM IST

ଭୁବନେଶ୍ବର: 5 ଘଣ୍ଟା ବନ୍ଦ ରହିଲା ‘ମୋ ବସ’ ସେବା । ମାଷ୍ଟର କ୍ୟାଣ୍ଟିନରେ ଥିବା ମୋ ବସ ଷ୍ଟାଣ୍ଡରେ ପାର୍କିଙ୍ଗକୁ ନେଇ ଘରୋଇ ଓ ମୋ ବସ କର୍ମଚାରୀମାନଙ୍କ ମଧ୍ୟରେ ଘଟିଛି ବଡ ଧରଣର ଅପ୍ରୀତିକର ପରିସ୍ଥିତି । ଏନେଇ ଦୀର୍ଘ 5 ଘଣ୍ଟା ଧରି ମୋ ବସର ସେବାକୁ କର୍ମଚାରୀମାନେ ବନ୍ଦ କରିଥିଲେ ।

5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା

ଘଟଣା ଘଟିବା ପରେ ଘରୋଇ ଓ ମୋ ବସ ଅଧିକାରୀଙ୍କ ସହ ମଧ୍ୟରେ ଆଲୋଚନା ହୋଇଥିଲା ଫଳରେ ଅପରାହ୍ନ 3 ଟା ସମୟରେ ବସ ଚଳାଚଳ ଆରମ୍ଭ ହୋଇଥିଲା । ସୁଚନାନୁଯାୟୀ, ସକାଳ 9 ଟାରେ ମୋ ବସ ଷ୍ଟାଣ୍ଡରେ କିଛି ଘରୋଇ ବସ ପାର୍କିଙ୍ଗ କରିଥିଲେ । ମୋ ବସର କିଛି କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଫଳରେ ଉତ୍ୟକ୍ତ ହୋଇ ମୋ ବସର କିଛି ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଦୁଃବ୍ୟବହାର କରିଥିଲେ ପ୍ରାଇଭେଟ ବସ୍ କର୍ମଚାରୀ । ଏନେଇ କ୍ୟପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋ ବସର 3 ଜଣଙ୍କୁ ଅଟକ ରଖି କିଛି ସମୟ ପରେ ଛାଡି ଦେଇଥିଲା ।

ଏହି ଘଟଣାକୁ ନେଇ ସମସ୍ତେ ଜିଦରେ ଅଟଳ ରହିଥିଲେ। ଏପରି ବାରମ୍ବାର ଘଟୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏହାର ଏକ ସ୍ଥାୟୀ ସମାଧାନ କରିବା ସହ ଡ୍ରାଇଭର ଓ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଯୋଗାଇବା ପାଇଁ କହିଛନ୍ତି କର୍ମଚାରୀ । ଏପଟେ କିନ୍ତୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ କହିଛନ୍ତି ଯେ ଦୀର୍ଘ 30 ବର୍ଷ ଧରି ଏଠାରେ ଘରୋଇ ବସ ଲୋକଙ୍କୁ ସେବା ଯୋଗାଇ ଆସୁଛି । ତେବ ଏପରି ଘଟଣାକୁ ନିନ୍ଦା କରିଛି ଘରୋଇ ବସ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details