ଭୁବନେଶ୍ବର: ରେଳ ବଜେଟରେ ରାଜ୍ୟକୁ ମିଳିଥିବା ଅନୁଦାନ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ଚଳିତବର୍ଷ ଓଡିଶାକୁ ମୋଟ 6995 କୋଟି 58ଲକ୍ଷ ଅନୁଦାନ ମିଳିଛି । ଓଡିଶା ପାଇଁ ଏହା ଅଧିକ ଅର୍ଥ ସ୍ଵାଗତକଥା । ମାତ୍ର କୋରାପୁଟକୁ ରେଲଓ୍ଵେ ବଜେଟରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ତାରା ।
କୋରାପୁଟକୁ ରେଲଓ୍ଵେ ବଜେଟରେ ଅବହେଳା ଓଡ଼ିଶା ରେଲଓ୍ଵେରେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ ୪୦୦ କୋଟି ଓ ହରିଦାସପୁର-ପାରାଦୀପ ଲାଇନ ପାଇଁ 100 କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି । କୋରାପୁଟ ଜିଲ୍ଲାରୁ ରାଜ୍ୟ ଓ କେନ୍ଦ୍ରକୁ ଯେତିକି ଟ୍ୟାକ୍ସ ଯାଉଛି, ତାହା ଅନୁସାରେ କୋରାପୁଟକୁ ରେଲଓ୍ଵେ ବଜେଟରେ ଅବହେଳା କରାଯାଇଛି ।
କେନ୍ଦ୍ର ସରକାର ଆୟ ବୃଦ୍ଧି ପାଇଁ ରେଲଓ୍ଵେ ବଜେଟରେ ଟଙ୍କା ଲଗାଇଛନ୍ତି । ଖଣି ଅଞ୍ଚଳ ଓ ଶିଳ୍ପ ଅଞ୍ଚଳ ପାଇଁ ରେଲଓ୍ଵେ ବଜେଟରେ ଟଙ୍କା ଦେଇଛନ୍ତି । ଲୋକଙ୍କ ପାଇଁ ଏବଂ ଲୋକଙ୍କ ସେବା ପାଇଁ ଟଙ୍କା ଦେଇନାହାନ୍ତି । କୋରାପୁଟରୁ ହଜାର ହଜାର କୋଟି ଟଙ୍କା ଟ୍ୟାକ୍ସ ନେଉଛନ୍ତି , ଗତ ବଜେଟ ଅପେକ୍ଷା ୫ କୋଟି ମାଲକାନଗିରି ପାଇଁ କମେଇଛନ୍ତି ।
କୋରାପୁଟରେ ମଧ୍ୟ ଅର୍ଥ କମାଉଛନ୍ତି । ଅନେକ ପ୍ରୋଜେକ୍ଟକୁ ଟଙ୍କାଟିଏ ବି ଦେଇ ନଥିବା ଅଭିଯୋଗ କରିଛନ୍ତି ତାରା । ମୋଦି ଆଦିବାସୀ କଥା କହିଛନ୍ତି, କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ କୌଣସି ରେଲଓ୍ଵେ ବଜେଟରେ କୌଣସି ସୁବିଧା କରିନାହାନ୍ତି ବୋଲି କହିଛନ୍ତି ତାରାପ୍ରସାଦ ବାହୀନପତି ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ