ଓଡିଶା

odisha

ETV Bharat / city

ତାରାଙ୍କ ପ୍ରସ୍ତାବ ଜଣେ ବିଧାୟକଙ୍କୁ କରାଯାଉ PCC ସଭାପତି - କିଏ ହେବେ ପିସିସି ସଭାପତି

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଅଧିକ ପଢନ୍ତୁ

ତାରା ଙ୍କ ପ୍ରସ୍ତାବ ଜଣେ ବିଧାୟକ ଙ୍କୁ ପିସିସି ସଭାପତି କରାଯାଉ।
ତାରା ଙ୍କ ପ୍ରସ୍ତାବ ଜଣେ ବିଧାୟକ ଙ୍କୁ ପିସିସି ସଭାପତି କରାଯାଉ।

By

Published : Apr 7, 2022, 9:49 PM IST

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ କାହାକୁ ପିସିସି ସଭାପତି କରାଯିବ ? କିଏ ହେଲେ ସଂଗଠନକୁ ଅଧିକ ସୁଦୃଢ କରିବେ, ସେ ବିଷୟରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଧାୟକ ତାରା ବାହିନୀପତି । ତାରା ସିଧା ସିଧା ବିଧାୟକଙ୍କ ମଧ୍ୟରୁ କେହିବି ପିସିସି ସଭାପତି ହୁଅନ୍ତୁ ବୋଲି କହିଛନ୍ତି । ସେ ଯିଏବି ହୁଅନ୍ତୁ ତାଙ୍କୁ ସ୍ବାଗତ କରିବୁ ।

ତାରା କହିଛନ୍ତି ସୁର ଭାଇ ହେଲେ ଆମେ ତାଙ୍କୁ ମଧ୍ୟ ଗ୍ରହଣ କରିବୁ ବୋଲି କହିଛନ୍ତି । ତେବେ ବିଧାୟକ କାହିଁକି ହେବା ଉଚିତ ଉପରେ ସୃଷ୍ଟୀକରଣ ରଖି ତାରା କହିଛନ୍ତି, ଜିଲ୍ଲା ସଭାପତିମାନଙ୍କୁ ଜିଲ୍ଲାପାଳ ମାନେ ପଚାରୁ ନାହାନ୍ତି । ତେବେ ଯଦି ଜଣେ ବିଧାୟକଙ୍କୁ ସଭାପତି କରାଯାଏ ତା ହେଲେ ଏ ସମସ୍ୟା ରହିବ ନାହିଁ । ପିସିସି ସଭାପତି ଜଣେ ବିଧାୟକ ହୁଅନ୍ତୁ। ନୂଆ ଚେହେରାଙ୍କୁ ପିସିସି ସଭାପତି କରାଯାଉ।

ଏହାହେଲେ ସଂଗଠନ ସୁଦୃଢ ହେବ। ସମସ୍ତେ ତାଙ୍କୁ ମାନିବେ। ଜିଲ୍ଲା ସ୍ତରରେ ବି ଅଫିସର ମାନେ ଗୁରୁତ୍ବ ଦେବେ। ପ୍ରଭାରୀ ଆସିଲେ ମୁଁ ଏହି ପ୍ରସ୍ତାବ ରଖିବି। ସୁର ଭାଇ ହେଲେ ବି ମୁଁ ସ୍ବାଗତ କରିବି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details