ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା । ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବର୍ଷ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡୁଥିବାରୁ ସେ ବେଶ୍ ଆନନ୍ଦିତ ଥିବା କହିଛନ୍ତି । ରଥ ଗଡିବା ନେଇ ବିଧାନସଭାରେ ଜୋରସୋରରେ ଦାବି କରିଥିଲି ବୋଲି ବିଧାୟକ ସୁର କହିଛନ୍ତି ।
ଏଥର ଗଡିବ ରୁକୁଣା ରଥ, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସୁର - ଏଥର ଗଡିବ ରୁକୁଣା ରଥ
ଏଥର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢନ୍ତୁ...
![ଏଥର ଗଡିବ ରୁକୁଣା ରଥ, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସୁର ଏଥର ଗଡିବ ରୁକୁଣା ରଥ, ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଲେ ସୁର](https://etvbharatimages.akamaized.net/etvbharat/prod-images/768-512-11439936-thumbnail-3x2-sr.jpg)
ଏଥର ଗଡିବ ରୁକୁଣା ରଥ, ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଲେ ସୁର
ଏଥର ଗଡିବ ରୁକୁଣା ରଥ, ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଲେ ସୁର
ତେବେ ଗତବର୍ଷ ଲିଙ୍ଗରାଜଙ୍କ ରଥ ଗଡିନଥିବାରୁ ମୋତେ ଭାରି ଆଘାତ ଦେଇଥିବା ସୁର କହିଛନ୍ତି । ଏବର୍ଷ ଆଉ 5 ପ୍ରତିଶତ କାମ ଅଛି ଆଉ ଅଳ୍ପ ଦିନ ମଧ୍ୟରେ ସରିଯିବ ଏବଂ ଏଥର ରୁକୁଣା ରଥ ଗଡିବ । ସେଥିପାଇଁ ବେଶ୍ ଖୁସି ଲାଗୁଥିବା ସେ କହିଛନ୍ତି । ଅନ୍ୟପଟେ ଏଥର କୋଭିଡ ପାଇଁ ପୋଲିସ ଏବଂ ସେବାୟତ ରଥ ଟାଣିବେ । ତେଣୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ରଥ ଟଣାଯିବା ପୂର୍ବରୁ ରାସ୍ତାରେ ପାଣି ଢାଳି ଥଣ୍ଡା କରିବାକୁ ଦାବି କରିଛନ୍ତି ବିଧାୟକ ସୁର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ