ଓଡିଶା

odisha

By

Published : Jul 18, 2021, 6:08 PM IST

ETV Bharat / city

ଜଟଣୀ ଜମି ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁର

1962 ମସିହାରୁ ଜଟଣୀ ଅଞ୍ଚଳରେ ଜମିଜମା ସମସ୍ୟାର ସଠିକ ବିଚାର କରିବା ସହ ଜଟଣୀ ବାସୀଙ୍କୁ ନ୍ୟାୟ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ସୁର । ଅଧିକ ପଢନ୍ତୁ...

ଜଟଣୀ ଜମି ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁର
ଜଟଣୀ ଜମି ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁର

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର । ଜଟଣୀ ଅଞ୍ଚଳର ପ୍ରାୟ ୨୭ଟି ଗ୍ରାମର ଜମି ଜଗନ୍ନାଥଙ୍କ ନାମରେ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି । ବହୁ ବିଚାର ବିମର୍ଶ କରି ସ୍ଥିତିବାନ ୧୯୬୨ ଜମି ବନ୍ଦୋବସ୍ତ ଆଇନ ବଳରେ ପରିବର୍ତ୍ତନ ଆଣିଛନ୍ତି ଫଳରେ ଜଟଣୀ ଅଞ୍ଚଳର ୨୭ଟିକୁ ଗାଁ ପରିବର୍ତ୍ତନ କରିଛନ୍ତି । ଯେଉଁମାନେ ୩ ବର୍ଷରୁ ଉର୍ଦ୍ଧ୍ବ ଜମିକୁ ଦଖଲ କରିଛନ୍ତି ସେମାନେ ଉଚିତ ସରକାରୀ ମୂଲ୍ୟ ଆବଶ୍ୟକୀୟ କାଗଜପତ୍ର କରି ପଟା ପାଇପାରିବେ ।

ଜଟଣୀ ଜମି ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁର

ଆଗକୁ ମଧ୍ୟ ଏହି ଜାଗାରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରିହେବ ବୋଲି ସୁର ରାଉତରାୟ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଜଟଣୀ ଅଞ୍ଚଳର ବହୁ ଜମି ଜଗନ୍ନାଥଙ୍କ ଖାତାକୁ ଚଢି ଯାଇଥିଲା, ପୂର୍ବରୁ ଏହାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ ସରକାରଙ୍କୁ ଅବଗତ କରିଥିଲେ ।

ଏପରିକି ଆନ୍ଦୋଳନ କରିବେ ବୋଲି ସୁର ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ମଧ୍ୟ ଦେଇଥିଲେ । ତେବେ ଦୀର୍ଘଦିନ ପରେ ସରକାର ଏନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details