ଓଡିଶା

odisha

ETV Bharat / city

'ତାଙ୍କ ପାଇଁ ବାଟ ମେଲା, ଆମ ପାଇଁ ମୁଜା'

ନିଜ ବାହାଘରେ କୋଭିଡ ନିୟମକୁ ଭାଙ୍ଗି ଅଡୁଆରେ ଚାନ୍ଦବାଲି ବିଧାୟକ । କାର୍ଯାନୁଷ୍ଠାନ ପାଇଁ ସୁର ରାଉତରାୟଙ୍କ ଦାବି । ଅଧିକ ପଢନ୍ତୁ...

'ତାଙ୍କ ପାଇଁ ବାଟ ମେଲା, ଆମ ପାଇଁ ମୁଜା...'
'ତାଙ୍କ ପାଇଁ ବାଟ ମେଲା, ଆମ ପାଇଁ ମୁଜା...'

By

Published : Jul 4, 2021, 8:57 AM IST

Updated : Jul 4, 2021, 10:22 AM IST

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜଟଣୀ ବିଧାୟକ ସୁର ରାଉତରାୟ । ନିୟମ ଯଦି କରୁଛ ସମସ୍ତଙ୍କ ପାଇଁ କର, ତମ ଦଳର ବିଧାୟକଙ୍କ ପାଇଁ କଣ ସବୁ ମେଲା ଆଉ ଆମ ପାଉଁ ମୁଜା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁର ।

'ତାଙ୍କ ପାଇଁ ବାଟ ମେଲା, ଆମ ପାଇଁ ମୁଜା...'

ତେବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ନିଜର ବିବାହ ଉତ୍ସବରେ ଖୋଲାଖୋଲି କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଛି । କୋଭିଡ ନିୟମ ଅନୁଯାୟୀ ବିବାହରେ ସର୍ବାଧିକ ୨୫ ଜଣ ଅତିଥି ରହିବା କଥା ହେଲେ ବିବାହରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଏଥିସହ କାହା ମୁହଁରେ ମାସ୍କ ନାହିଁ, ଆଉ ସାମାଜିକ ଦୂରତାକୁ କିଏ ପଚାରେ ? ଆଧୁନିକ ଗୀତର ତାଳେ ତାଳେ ଜମିଛି ନାଚ ଗୀତର ଆସର । ବିଧାୟକ ମଧ୍ୟ 'ବାବୁଜୀ' ଗୀତରେ ଠୁମକା ଲଗାଇଛନ୍ତି ।

ତେବେ ସରକାରୀ ଦଳର ବାବୁମାନେ କୋଭିଡ ନିୟମକୁ ପାଳନ କରୁନଥିବାକୁ ନେଇ ଉଠିଛି ବଡ ପ୍ରଶ୍ନ । ଅନ୍ୟମାନେ ଭୋଜି ଭାତ ଆୟୋଜନ କଲେ ପ୍ରଶାସନ ସେମାନଙ୍କ ଉପରେ ଦାଉ ସାଧୁଛି, ହେଲେ ସରକାରୀ ଦଳର ବାବୁମାନେ କଲେ ପ୍ରଶାସନ କଣ ପାଇଁ ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଯଦିଓ ସେ ଯୁବ ବିଧାୟକଙ୍କ ବୈବାହିକ ଜୀବନ ପାଇଁ ତାଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ, ତଥାପି ଯୁବ ବିଧାୟକଙ୍କ କୋଭିଡ ନିୟମ ଭାଙ୍ଗିବା ଉପରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉ କି ଗତମାସ ୨୭ ତାରିଖ ରବିବାର ଭୁବନେଶ୍ୱରର ଏକ ଫାର୍ମ ହାଉସରେ କଂଗ୍ରେସ ବିଧାୟକ ସୁର ରାଉତରାୟ ବିଭିନ୍ନ ଅତିଥିଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଏନେଇ ଖବର ପାଇ ଭୁବନେଶ୍ୱର ତହସିଲ ପ୍ରଶାସନ ପକ୍ଷରୁ ତାଙ୍କଠାରୁ 20 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତେବେ ବର୍ତ୍ତମାନ ବ୍ୟୋମକେଶଙ୍କ ଉପରେ କେଉଁ ଆଇନ ଲଗାଯାଉଛି ତାହା ଦେଖିବାକୁ ବାକି ରହିଲା ।




ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Jul 4, 2021, 10:22 AM IST

ABOUT THE AUTHOR

...view details