ଭୁବନେଶ୍ବର:ଶିକ୍ଷୟିତ୍ରୀ ମମିତା ମେହେରା ନିଖୋଜ ମାମଲାରେ ହୁଲୁସ୍ତୁଲ ସାରା ରାଜ୍ୟ । ଏହି ନିଖୋଜ ଘଟଣାକୁ ଦୀର୍ଘ ୧୧ ଦିନ ବିତିଥିଲେ ବି ମାମଲାର ଟେର୍ ପାଉନି ପୋଲିସ । ସେପଟେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତ ନେଇ ଅଭିଯୋଗ ହେବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ଉଠିଛି । ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ସିବିଆଇ ତଦନ୍ତ ଓ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଙ୍ଗଠନ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଅଭିଯୁକ୍ତ ଗୋବିନ୍ଦ ସାହୁ ହାଜତରୁ ଫେରାର ହୋଇଯିବା ନେଇ ସୁର କହିଛନ୍ତି, ଅଭିଯୁକ୍ତକୁ ଜାଣିଶୁଣି ଖସାଇ ଦିଆଯାଇଛି । ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାହାର ପର୍ଦ୍ଦାଫାସ କରାଯାଉ ଏବଂ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ।