ଭୁବନେଶ୍ବର: ନବୀନ ଜଣେ ଖାଦ୍ୟପ୍ରେମୀ ଲୋକ । ଚନ୍ଦକାରେ ଆୟୋଜିତ ଏକ ଭୋଜିରେ ଦେଢ ଘଣ୍ଟା ବସି ଖାଇଥିଲେ । ଏପରି ଗୁମର ଫିଟାଇଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ଚନ୍ଦକା ଅଭୟାରଣ୍ୟରେ ଏକ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଚିଙ୍ଗୁଡି, କଙ୍କଡା ବ୍ୟବସ୍ଥା ହୋଇଥିଲା । ଦେଶୀ ମଟନ ଓ କୁକୁଡା ରନ୍ଧା ହୋଇଥିଲା । ଛେନା, ଫଳମୂଳ ସବୁପ୍ରକାର ଭୋଜନ ହୋଇଥିଲା । ନବୀନ ବାବୁ ଖାଦ୍ୟପ୍ରେମୀ ଲୋକ । ତେଣୁ ସେ ଦେଢ ଘଣ୍ଟା ବସି ଖାଇଥିଲେ । ନବୀନ ବାବୁ ସବୁବେଳେ ମୋ କାର୍ଯ୍ୟକ୍ରମକୁ ଯାଆନ୍ତି । ମୁଁ ଡାକିବି, ସେ ନିଶ୍ଚୟ ଯିବେ । କୋଭିଡ ସରିଗଲାଣି । ଡାକିଲେ ନିଶ୍ଚୟ ଯିବେ । ବଢିଆ ଭୋଜନ ଟେ କରିବା ବୋଲି ସୁର କହିଛନ୍ତି ।
ବିଜୁ ବାବୁ ଗାଡିୟାନ, ନବୀନ ସାନ ଭାଇ