ଓଡିଶା

odisha

ETV Bharat / city

କମିଟି ରିପୋର୍ଟ ନେଇ ଚୁଡାନ୍ତ ହେବ ପ୍ରାର୍ଥୀ: ସୁର

ବ୍ରଜରାଜନଗର ଉପ-ନିର୍ବାଚନ ବିଗୁଲ ବାଜି ସାରିଛି । ଶାସକ ଦଳ ଠାରୁ ବିରୋଧୀ ସମସ୍ତେ ଉପ-ନିର୍ବାଚନ ନିଜ ଅକ୍ତିଆରକୁ ନେବାକୁ ରଣକୌଶଲ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ

By

Published : May 7, 2022, 8:41 AM IST

ସୁର
ସୁର

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ବିଗୁଲ ବାଜି ସାରିଛି । ଶାସକ ଦଳ ଠାରୁ ବିରୋଧୀ ସମସ୍ତେ ଉପ-ନିର୍ବାଚନ ନିଜ ଅକ୍ତିଆରକୁ ନେବାକୁ ରଣକୌଶଳ ଆରମ୍ଭ କରିଛନ୍ତି । ତେବେ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ ହେବ । ଖୁବଶୀଘ୍ର ବ୍ରଜରାଜନଗର ଗସ୍ତ କରିବ କଂଗ୍ରେସ ଟିମ । ଟିମ ସବୁ ସ୍ତରର ଜନସାଧାରଣଙ୍କ ସହ ଭେଟିବ । ଯୁବ ସମାଜ, ବୁଦ୍ଧିଜୀବୀ ମହଲ, ମହିଳା ସମାଜ, ଛାତ୍ର ସମାଜ ବର୍ଗର ଲୋକଙ୍କ ସହ ଆଲୋଚନା କରିବ ।

ସେମାନେ ଏକ ରିପୋର୍ଟ ପ୍ରଦେଶ ଇଲେକ୍ସନ କମିଟିକୁ ଦେବେ । ସେହି ରିପୋର୍ଟ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ ହେବା ପରେ ଚୁଡାନ୍ତ ପ୍ରାର୍ଥୀ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details