ଓଡିଶା

odisha

ETV Bharat / city

PM Security Lapse: ସୁର କହିଲେ ଘୋର ଅନ୍ୟାୟ ହୋଇଛି - ମୋଦିଙ୍କ ସୁରକ୍ଷାରେ ଅବହେଳା ପ୍ରସଙ୍ଗ

ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିବା ନେଇ ସୁରଙ୍କ ପ୍ରତିକ୍ରିୟା । କାରକେଡ ଏଭଳି ଫ୍ଲାଏଓଭର ଉପରେ ଫସିବା ଠିକ ହୋଇନାହିଁ । ଏନେଇ ତଦନ୍ତ ହେଉ କହିଲେ କଂଗ୍ରେସ ବିଧାୟକ ସୁର । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ସୁର କହିଲେ ଘୋର ଅନ୍ୟାୟ ହୋଇଛି
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ସୁର କହିଲେ ଘୋର ଅନ୍ୟାୟ ହୋଇଛି

By

Published : Jan 6, 2022, 8:59 PM IST

ଭୁବନେଶ୍ବର :ପଞ୍ଜାବରେ ଏକ ସଭାକୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଦୀର୍ଘ ସମୟ ଅଟକି ରହିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାର ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ସୁର କହିଲେ ଘୋର ଅନ୍ୟାୟ ହୋଇଛି

ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ସାରା ଦେଶର ସମ୍ମାନ। ତେଣୁ ତାଙ୍କ କାରକେଡ ଏଭଳି ବିଳମ୍ବ ହେବା ଠିକ ହୋଇନାହିଁ। ଏନେଇ ତଦନ୍ତ ହେଉ ।ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details