ଓଡିଶା

odisha

ETV Bharat / city

ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାୟିତ୍ୱ ଦିଆଯିବ ଗ୍ରହଣ କରିବି: ସୌମ୍ୟରଞ୍ଜନ

ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି ବିଜେଡି । ତାଲିକାରୁ ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବାଦ ଦେଇଛି ଦଳ । ଏହା ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନା ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି, ସେ ନେଇ ସସ୍ପେନସ ବଢିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 19, 2022, 10:44 PM IST

ଭୁବନେଶ୍ବର: ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି ବିଜେଡି (bjd observer list ) । ତାଲିକାରୁ ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବାଦ ଦେଇଛି ଦଳ । ଏହା ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନା ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି, ସେ ନେଇ ସସ୍ପେନସ ବଢିଛି । ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାଇତ୍ୱ ଦିଆଯିବ, ଗ୍ରହଣ କରିବି ବୋଲି ସୌମ୍ୟ କହିଛନ୍ତି ।

ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାଇତ୍ୱ ଦିଆଯିବ ଗ୍ରହଣ କରିବି: ସୌମ୍ୟ ରଞ୍ଜନ

ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି ଯେ, ମୋତେ 9 ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟସ୍ତ ରହୁଛି। ଦଳ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସଠିକ ଭାବେ ନ୍ୟାୟ ଦେଇ ପାରିନାହିଁ । ସଂଗଠନକୁ ସମୟ ଦେଇପାରିନାହିଁ । ଏନେଇ ପୂର୍ବରୁ ମୁଁ ସୂଚନା ଦେଇଛି । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାୟିତ୍ୱ ଦିଆଯିବ, ଗ୍ରହଣ କରିବି ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡିବ । ନିର୍ବାଚନ ଜିତି କ୍ଷମତାକୁ ନଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି । ଲୋକଙ୍କ ସମର୍ଥନ ହାସଲ କରିବାକୁ ପଡେ । ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ଯ୍ୟବେକ୍ଷକ ଅଦଳବଦଳ ମଧ୍ୟ ଏହାର ଅଂଶ ବିଶେଷ ।

ବିଜେଡି ପୁନର୍ବାର ସରକାର ଗଢିବ ବୋଲି ପୂର୍ବାନୁମାନ କରିଛନ୍ତି ସୌମ୍ୟ । ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର 5 ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ । ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । 2024 ରେ ମଧ୍ୟ ମିଳିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details