ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଆୱାର୍ଡ, ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ କହିଲା BJD - ବିରୋଧୀଙ୍କୁ ଜବାବ ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର ମିଳିବା ପ୍ରସଙ୍ଗ । ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଆୱାର୍ଡ, ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ କହିଲା BJD
ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଆୱାର୍ଡ, ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ କହିଲା BJD

By

Published : Sep 3, 2022, 7:01 PM IST

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା । ଏହି ପୁରସ୍କାରକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳ ବିଜେଡି ଓ ରାଜ୍ୟ ସରକାରଙ୍କୁ ରାଜ୍ୟର ବିକାଶ ନେଇ ୨୦ ପ୍ରଶ୍ନ ପଚାରିଛି । ତେବେ ଏହାର ଜବାବ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳୁଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଆୱାର୍ଡ, ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ କହିଲା BJD

ଏହା ବି ପଢନ୍ତୁ- ନବୀନଙ୍କୁ ମନମୋହନଙ୍କ କଟାକ୍ଷ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ହୃଦୟରୁ ସ୍ବାଗତ କରିବୁ

ପ୍ରଫୁଲ୍ଲ କହିଛନ୍ତି, "ନିଷ୍ଠାପର କାର୍ଯ୍ୟ ନକଲେ କାହାକୁ ସଫଳତା ମିଳେନାହିଁ । ପୁଣେ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଛି । ମୁଖ୍ୟମନ୍ତ୍ରୀ ଏଥିନେଇ କେବେ ରାଜନୀତି କରିନାହାଁନ୍ତି । ଯେଉଁମାନେ କହୁଛନ୍ତି ସେମାନେ ରାଜନୀତି କରୁଛନ୍ତି । ସେମାନେ ଅସହିଷ୍ଣୁ ହୋଇପଡି଼ଛନ୍ତି । ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଶ୍ବର ଶ୍ରେଷ୍ଠ ହୋଇପାରୁଛନ୍ତି । କିନ୍ତୁ ଦେଶର ମୁଖ୍ୟ ଶ୍ରେଷ୍ଠ ହୋଇପାରୁନାହାନ୍ତି । ତେଣୁ ସେମାନେ ସେ କଥା ନକହି ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଯାହା ବିଜେପି ଅଭିଯୋଗ କରୁଛି, ତାହା କେବଳ ଭାଷଣ ପାଇଁ ଉଦ୍ଦିଷ୍ଟ । କାମ କ'ଣ ହୋଇଛି ଦେଖନ୍ତୁ ।"

ଏହା ବି ପଢନ୍ତୁ- ରାଜ୍ୟ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ପାଇଁ ନବୀନ ଏକ ନମ୍ବର: ବିଜେଡି

ଓଡ଼ିଶା ସରକାରଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ପାଇଁ ଭାରତ ସରକାର ସମ୍ମାନିତ କରିଛନ୍ତି । କ୍ରୁଟ ଦ୍ବାରା ପରିଚାଳିତ ମୋ ବସ୍‌ ସେବାକୁ କେନ୍ଦ୍ର ପୁରସ୍କୃତ କରିଛି । ଖାଦ୍ୟ ସୁରକ୍ଷାରେ ମଧ୍ୟ ରାଜ୍ୟ ପୁରସ୍କୃତ ହୋଇଛି । କୋଭିଡ଼ ମ୍ୟାନେଜମେଣ୍ଟରେ ବିଶ୍ଵ ଦରବାରରେ ଓଡିଶା ସମ୍ମାନିତ ହୋଇଛି । WHO ରାଜ୍ୟକୁ ପ୍ରଶଂସା କରିଛି । ପ୍ରତ୍ୟେକ ବର୍ଷ ନବୀନ ବାବୁ ଓ ରାଜ୍ୟ ସରକାର ବହୁ ସମ୍ମାନ ପାଉଛନ୍ତି ।

ଏହା ବି ପଢନ୍ତୁ- ଆୱାର୍ଡ ଗ୍ରହଣ କରି ଶୋଭାଯାତ୍ରା ଦାୟିତ୍ୱହୀନତାର ପରିଚୟ: କଂଗ୍ରେସ

ଆମେ ଯଦି ସେଟିଂ କରିପାରୁଛୁ, ବିଜେପି କରିପାରୁନାହିଁ କାହିଁକି ? ଯଦି ସେଟିଂରେ ସବୁ ହୋଇପାରନ୍ତା, ଆମର ତ ମୁଖ୍ୟମନ୍ତ୍ରୀ, ସେମାନଙ୍କର ତ ପ୍ରଧାନମନ୍ତ୍ରୀ । ସେମାନେ ଆମ ଅପେକ୍ଷା ବହୁତ ଉଚ୍ଚରେ ଅଛନ୍ତି । ସେଟିଂ ପାଇଁ କିଛି ନୁହେଁ । କାର୍ଯ୍ୟ ଦକ୍ଷତା ଓ ସେବା ମନୋଭାବ ରହିଲେ ସମସ୍ତେ ପୁରସ୍କାର ପାଇବେ ବୋଲି ପ୍ରଫୁଲ୍ଲ କହିଛନ୍ତି । ଖାଲି ବିଜେପି ନୁହେଁ କଂଗ୍ରେସ ମଧ୍ୟ ପୁରସ୍କାର ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି । ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶୋଭାଯାତ୍ରା କରିବ ବିଜେଡି । ଏନେଇ ଗଣ୍ଡେ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ । ସେପଟେ ମହିଳା ବିରୋଧୀ ଅପରାଧ ବଢିଥିବାବେଳେ ଦଳର ଶକ୍ତି ପ୍ରଦର୍ଶନକୁ କଂଗ୍ରେସ ସମାଲୋଚନା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details