ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି ! - mla pradeep panigrahi writes letter to cm

କୋରୋନା ପ୍ରକୋପ ମଧ୍ୟରେ ନିଜ ଜୀବନକୁ ପାଣି ଛଡାଇ ଫ୍ରଣ୍ଟଫୁଟରେ ଲଢୁଥିବା ଯୋଦ୍ଧାଙ୍କୁ ସାରା ବିଶ୍ବ ପ୍ରଣାମ କରୁଛି । ଆଉ ଏସବୁ ଭିତରେ କୋରୋନା ମୁକାବିଲାରେ ଯୋଦ୍ଧା ସାଜିବାକୁ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ...

mla pradeep panigrahi
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି !

By

Published : May 14, 2020, 7:34 PM IST

ଭୁବନେଶ୍ବର: କୋରୋନା ପ୍ରକୋପ ମଧ୍ୟରେ ନିଜ ଜୀବନକୁ ପାଣି ଛଡାଇ ଫ୍ରଣ୍ଟଫୁଟରେ ଲଢୁଥିବା ଯୋଦ୍ଧାଙ୍କୁ ସାରା ବିଶ୍ବ ପ୍ରଣାମ କରୁଛି । ଆଉ ଏସବୁ ଭିତରେ କୋରୋନା ମୁକାବିଲାରେ ଯୋଦ୍ଧା ସାଜିବାକୁ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି !

ଅଫିସରଙ୍କ ଠାରୁ ବିଧାୟକ ଗ୍ରାମ୍ୟ କମିଟି ଓ ଗାଁ ଲୋକଙ୍କ ବିଷୟରେ ଅଧିକ ଜାଣିଥିବାରୁ ବିଧାୟକ ଭଲ ପରିଚାଳନା କରିପାରିବେ ଓ ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ ବି ସାବାଡ କରିପାରିବେ ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି !

ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏହା ଭିତରେ ପଦାକୁ ବାହାରିବାକୁ ମନ ବଳାଇଛନ୍ତି ଲୋକପ୍ରତିନିଧି ତଥା ବିଧାୟକ । ଲକଡାଉନ ସମୟରେ ଲୋକପ୍ରତିନିଧିଙ୍କୁ ନେଇ ଅନେକ କଥା ଉଠିଥିବାବେଳେ, ସୁରକ୍ଷା ଓ ସତେଚନତା ପାଇଁ ନିଜ ନିଜ ଘରେ ରହିଥିଲେ । ହେଲେ ପ୍ରବାସୀ ଫେରନ୍ତାଙ୍କ ପାଇଁ କୋରୋନା କାୟା ମେଲାଉଥିବାବେଳେ, ପ୍ରଥମ କରି କୋଭିଡ ମୁକାବିଲାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି !

ବିଧାନସଭା କ୍ଷେତ୍ରରେ ବିଧାୟକଙ୍କୁ ନେଇ ଅନୁଧ୍ୟାନ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ସେ । ଏଥିସହ, ଅଫିସରଙ୍କ ଠାରୁ ବିଧାୟକ ଗାଁ ଲୋକଙ୍କ ବିଷୟରେ ଅଧିକ ଜାଣିଥିବାରୁ ବିଧାୟକ ଭଲ ପରିଚାଳନା କରିପାରିବେ ଏବଂ ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ ବି ସାବାଡ କରିପାରିବେ ବୋଲି ସେ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷର ଚିଠି !

ଏହାସହ ଗଞ୍ଜାମ ଜିଲ୍ଲା ସ୍ଥିତି ଭୟଙ୍କର ହେଉଥିବାରୁ ଅନ୍ୟ ଜିଲ୍ଲାର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉ । କୋରୋନା ଲଢେଇର ପ୍ରତ୍ୟେକ୍ଷ ଯୋଦ୍ଧା ଭାବେ ବିବେଚିତ ଡାକ୍ତର ଓ ନର୍ସଙ୍କୁ ରୋଟେସନ ଭିତ୍ତିରେ ଡ୍ୟୁଟି କରିବାକୁ ଦିଆଗଲେ, ସେମାନଙ୍କୁ ବିଶ୍ରାମ ମିଳିବା ସହ ନିଜ ପରିବାର ପାଇଁ ବି ସମୟ ଦେଇପାରିବେ । ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details