ଓଡିଶା

odisha

ETV Bharat / city

ବିଧାନସଭାରେ ସରକାରଙ୍କ ପାଇଁ ଅଡୁଆ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଚଳିତ ବିଧାନସଭାରେ ବିଭିନ୍ନ ଉନ୍ନତିମୂଳକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Gopalpur MLA Pradip Panigrahi) ) । ଅଧିକ ପଢନ୍ତୁ

ବିଧାନସଭାରେ ସରକାରଙ୍କ ପାଇଁ ଅଡୁଆ ହେବେ କି  ପ୍ରଦୀପ ପାଣିଗ୍ରାହୀ ?
ବିଧାନସଭାରେ ସରକାରଙ୍କ ପାଇଁ ଅଡୁଆ ହେବେ କି ପ୍ରଦୀପ ପାଣିଗ୍ରାହୀ ?

By

Published : Nov 30, 2021, 9:58 AM IST

ଭୁବନେଶ୍ବର:ବୁଧବାର ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ (Assembly Winter Session) । ବିଭିନ୍ନ ପ୍ରସଙ୍ଗ ନେଇ ହୁଲୁସ୍ତୁଲ ହେବ ଗୃହ । ପ୍ରଶ୍ନବାଣରେ ସରକାରଙ୍କୁ ଘେରିବାକୁ ଅଣ୍ଟାଭିଡିଲେଣି ବିରୋଧୀ । ଖାଲି ବିରୋଧୀ ନୁହେଁ ନିକଟରେ ବିଜେଡିରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Gopalpur MLA Pradip Panigrahi) ମଧ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘେରିବା ପାଇଁ ପୁରା ଆକ୍ସନ ମୁଡରେ ଅଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇବା ଏହାର ଜବାବ ମାଗି ପାରନ୍ତି ପ୍ରଦୀପ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ବିଧାନସଭାରେ ସରକାରଙ୍କ ପାଇଁ ଅଡୁଆ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଗତକାଲି ଇଡି ଅଫିସରେ ୯ ଘଣ୍ଟା ଧରି ଜେରା ହେବା ପରେ ସେଠାରୁ ବାହାରି ନିଜ ପ୍ରତିକ୍ରିୟା ରଖିଥିଲେ । ଦଳରେ ଥିଲେ ଶୃଙ୍ଖଳା ଭିତରେ ବଞ୍ଚିବାକୁ ପଡେ ହେଲେ ମୁଁ ଏବେ ଦଳରୁ ନିଲମ୍ବିତ ଓ ଜଣେ ସ୍ବାଧୀନ ବିଧାୟକ , ତେଣୁ ବିଭିନ୍ନ ଉନ୍ନତି ମୂଳକ ପ୍ରସଙ୍ଗ ସମ୍ପର୍କରେ ପ୍ରଶ୍ନ କରିପାରନ୍ତି ବୋଲି କହିଛନ୍ତି ପ୍ରଦୀପ ।

ତେବେ ଯାହାକୁ ନେଇ ସରକାର ଅକାଳରେ ପଡିପାରନ୍ତି ବୋଲି କୁହାଯାଉଛି । କାରଣ ବିଗତ ଦିନରେ ବିଜେଡିର ବିଧାୟକ ଭାବେ ଗୋପାଳପୁରରୁ ନିର୍ବାଚିତ ହୋଇ ନବୀନଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଜନ ବିରୋଧି ଅଭିଯୋଗରେ ତାଙ୍କୁ ଦଳ ବହିଷ୍କାର କରିଥିବା ବେଳେ ପୂର୍ବର ଅତି ନିଜର ଥିବା ଦଳ ଏଥର ବିରୋଧି ଭାବେ ବିଧାନସଭାରେ ପ୍ରବେଶ କରିବେ । ଏଥି ସହ ସରକାର ମୋ ବିରୋଧରେ ଆଣିଥିବା ଆରୋପକୁ ପ୍ରମାଣ କରିବାର ସମୟ ଆସିଛି ଓ ତରିତ୍ର ଉପରେ ଯେଉଁ ପ୍ରଶ୍ନ ଉଠିଛି ଜନବିରୋଧି ତାକୁ ଜନ ସପକ୍ଷ ବୋଲି ପ୍ରମାଣିତ କରିବାକୁ ସମୟ ଲାଗିବ ବୋଲି କହିଛନ୍ତି ପ୍ରଦୀପ ।

ଅନ୍ୟପଟେ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କ ତଦନ୍ତକୁ ନେଇ ସୁପ୍ରିମକୋର୍ଟ ରୁଜୁ ହୋଇଥିବା ପିଟିସନ ଉରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ। କହିଛନ୍ତି ମୁଁ LAW ପଢିଛି LAWରେ PHD କରିଛି । ଅଭିଯୁକ୍ତ ହୋଇଛି ,ଜେଲ ବି ଯାଇଛି । ଯାହା କୋର୍ଟ ପ୍ରୋସିଜିଅରରେ ପ୍ରାବଧାନ‌ ରହିଛି ତାହା‌ର ଆଧାରରେ ମୁଁ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଛି। ଗଣତନ୍ତ୍ର ଓ ଆଇନ ବ୍ୟବସ୍ଥା ଉପରେ ମୋର ବିଶ୍ବାସ ରହିଛି ଓ ମୋତେ ନ୍ୟାୟ ମିଳିବ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ବୋଲି କହିଥିଲେ ପ୍ରଦୀପ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details