ଓଡିଶା

odisha

ETV Bharat / city

ବିଧାୟକ ପାଣ୍ଠି ୫ କୋଟି କରିବାକୁ ଦାବି କଲେ ମହାରଥୀ - ବିଧାୟକ ପାଣ୍ଠି

ବିଧାୟକ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ କଥା ଉଠାଇଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ୫ କୋଟି କରିବାକୁ ମହାରଥୀଙ୍କ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 1, 2019, 5:45 PM IST

ଭୁବନେଶ୍ବର: ବିଧାନସଭାରେ ଜିଲ୍ଲା ଯୋଜନା କମିଟି ଗଠନ ଓ ବିଧାୟକ ପାଣ୍ଠି ବୃଦ୍ଧି ବାବଦରେ ପ୍ରଶ୍ନ କାଳରେ ପିପିଲ ବିଧାୟକ ପ୍ରଦୀପ ମହାରଥୀ ଦାବି ଉଠାଇଛନ୍ତି । ବିଧାୟକ ପାଣ୍ଠି ୫ କୋଟି କରିବାକୁ ପ୍ରଦୀପ ମହାରଥୀ ଦାବି କରିଛନ୍ତି । ଏ ନେଇ ଉତ୍ତର ରଖିଥିଲେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜିଲ୍ଲା ଯୋଜନା କମିଟି ନିର୍ବାଚନ ସରିଛି । ଜିଲ୍ଲା ଯୋଜନା କମିଟି ଖୁବଶୀଘ୍ର ଗଠନ କରାଯାଇ ଦାୟିତ୍ବ ବଣ୍ଟନ କରାଯିବ ବୋଲି ସୂଚନା ଦେଲେ ମନ୍ତ୍ରୀ । ବିଧାୟକ ପାଣ୍ଠି ବଢାଇବାକୁ ଦାବି ନେଇ ବିଚାର ହେଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details