ଓଡିଶା

odisha

ETV Bharat / city

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର - ଶୀତକାଳୀନ ଅଧିବେଶନ 2019

କେବଳ ଘେଷଣା ଓ ଖାତା-ଖତିୟାନରେ ସୀମିତ ରହିଛି ରାଜ୍ୟ ସରକାରଙ୍କ ପୂଳା ପୂଳା ଯୋଜନା । ବଜେଟରେ ମୋଟା ଅଙ୍କର ବ୍ୟୟବରାଦ ବି ହେଉଛି ? ହେଲେ ସେଥିରୁ କେତେ ଖର୍ଚ୍ଚ ହେଉଛି ? ସେ ପ୍ରତି କାହାର ଦୃଷ୍ଟି ଯାଉନି ।

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର

By

Published : Nov 15, 2019, 2:05 AM IST

ଭୁବନେଶ୍ବର: ପ୍ରତିବର୍ଷ ବଜେଟରେ ଅର୍ଥ ମଞ୍ଜୁର ହେଉଛି ଏବଂ ପ୍ରକଳ୍ପ ବି ଚୂଡାନ୍ତ ହେଉଛି । ହେଲେ ଟଙ୍କା ଖର୍ଚ୍ଚ ହୋଇପାରୁନି । ସେ ବିଜୁ କେବିକେ ହେଉ କି ବିଧାୟକ ହାତ ପାଣ୍ଠି କି ସ୍ବତନ୍ତ୍ର ବିକାଶ ପାଣ୍ଠି ଅର୍ଥ । ହେଲେ ଟଙ୍କା ସେମିତି ରହିଛି । ବୁଧବାର ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ମନୋହର ରାନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ତଥ୍ୟ ଉପସ୍ଥାପନ କରି ଏ ନେଇ ରିପୋର୍ଟ ଦେଇଛନ୍ତି ।

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର
ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର

ରାଜ୍ୟ ସରକାର ପ୍ରତ୍ୟେକ ବିଧାୟକଙ୍କୁ ନିଜସ୍ବ ପାଣ୍ଠି ବା ହାତ ପାଣ୍ଠି ବାବଦରେ ବାର୍ଷିକ କୋଟିଏ ଦେଉଛନ୍ତି । ଏହା ସମେତ ସ୍ବତନ୍ତ୍ର ବିକାଶ ପାଣ୍ଠିକୁ ବି ବାର୍ଷିକ ୫୦ଲକ୍ଷ ଟଙ୍କା ମଧ୍ୟ ମିଳେ । କିନ୍ତୁ ଏହି ଅର୍ଥ ଖର୍ଚ୍ଚ କରିବାରେ ବିଭାଗ ଅକ୍ଷମ । ୨୦୧୧-୧୨ରେ ହାତପାଣ୍ଠି ଖର୍ଚ୍ଚ ହାର ୯୬.୭୧ ପ୍ରତିଶତ ଥିବାବେଳେ ଏହା କ୍ରମାଗତ ହ୍ରାସ ପାଇଁ ୨୦୧୫-୧୬ରେ ୮୭.୫0% ଏବଂ ୨୦୧୭-୧୮ ରେ ୬୬.୧୫% ଓ ୨୦୧୮-୧୯ରେ ମାତ୍ର ୩୮.୪୫% ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷର ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଲ୍ୟାଡ୍ ବାବଦ ଅର୍ଥରୁ ମାତ୍ର ୦.୧୦% ଖର୍ଚ୍ଚ ହୋଇପାରିଛି ।

2009ରୁ 2019 ମଧ୍ୟରେ ବିଧାୟକ ହାତ ପାଣ୍ଠିରୁ 1580 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିଲା । 377 କୋଟି ଟଙ୍କାର 6229 ପ୍ରକଳ୍ପ ଆରମ୍ଭ ହୋଇ ନଥିବା ବେଳେ 20 ହଜାର 262 ଟି ପ୍ରକଳ୍ପ ଅଧାପନ୍ତରା ଅବସ୍ଥାରେ ରହିଛି । କେବଳ 2018-19ରେ ବିଧାୟକ ହାତପାଣ୍ଠିରେ 147 କୋଟି ଓ ସ୍ବତନ୍ତ୍ର ବିକାଶ ପାଣ୍ଠିରେ 73.50 କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଆଉ ସେଥିରୁ ଯଥାକ୍ରମେ 56.52 କୋଟି ଓ 29.50 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏପରି ଭାବେ ବିଜୁ କେବିକେ ଯୋଜନାରେ ବାର୍ଷିକ 120 କୋଟି ଟଙ୍କା ଦିଆଯାଉଛି । କିନ୍ତୁ ଏହି ଯୋଜନାରେ ଖର୍ଚ୍ଚର ହାର ହ୍ରାସ ହେବାରେ ଲାଗିଛି । 2009-10ରେ 98.41% ଖର୍ଚ୍ଚ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷ ମାନଙ୍କରେ ଖର୍ଚ୍ଚ ହାର ଖସିଛି । 2010-11ରେ 97.66%, 2011-12ରେ 96.96%, 2017-18ରେ 44.66 % ଏବଂ 2018-19ରେ ମାତ୍ର 30.89 ପ୍ରତିଶତ ଖର୍ଚ୍ଚ ହୋଇଛି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

ABOUT THE AUTHOR

...view details